ଭୋପାଳ: କୋରୋନା କାରଣରୁ ମଧ୍ୟପ୍ରଦେଶ ସମେତ ସମଗ୍ର ଦେଶରେ ଲକଡାଉନ୍ ଜାରି ରହିଛି । ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟରେ ଲକଡାଉନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ମଦ କିଣିବା ପାଇଁ ଅନୁମତି ଦିଆଯାଇଛ । ହେଲେ ମଧ୍ୟପ୍ରଦେଶରେ ଏହାକୁ ସର୍ତ୍ତମୂଳକ ଭାବେ ଅନୁମତି ଦିଆଯାଇଛି । ହୋଶଙ୍ଗାବାଦ ଜିଲ୍ଲାରେ ମଦ କିଣି ନେବା ସମୟରେ କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ତେବେ ମଦ କିଣିବାକୁ ଯାଉଥିବା ଗ୍ରାହକଙ୍କ ଆଙ୍ଗୁଠିରେ କାଳି ଦାଗ ଦିଆଯାଉଛି । ଏହାର କାରଣ ହେଉଛି ଯେ, ଦିନକୁ ଥରେ ଆପଣ ମଦ ଦୋକାନରୁ ମଦ କିଣିପାରିବେ । ମଦ କିଣୁଥିବା ଗ୍ରାହକଙ୍କର ଯାତ୍ରା ଇତିହାସ ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ।
ମଧ୍ୟପ୍ରଦେଶ ଲିକ୍ବୋର ଆସୋସିଏସନ ମୁଖପାତ୍ର ରାହୁଲ ଜୈସୱାଲ କହିଛନ୍ତି ଯେ, ମଦ ଦୋକାନରେ ଗ୍ରାହକଙ୍କ ଆଙ୍ଗୁଠିରେ ଇଙ୍କି ଲଗାଇବାକୁ ଏପର୍ଯ୍ୟନ୍ତ କୌଣସି ଆଦେଶ ଆସିନାହିଁ । ସେ କହିଛନ୍ତି ଯେ, ମଧ୍ୟପ୍ରଦେଶ ସରକାର ଏଭଳି ନିର୍ଦ୍ଦେଶ ଦେଇନାହାନ୍ତି କିମ୍ବା ଆସୋସିଏସନ ଏ ବାବଦରେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । ସ୍ଥାନୀୟ ପ୍ରଶାସନ ଏଭଳି ବ୍ୟବସ୍ଥା ଲାଗୁ କରୁଛନ୍ତି । ଆସୋସିଏସନର ଏପରି ଆଦେଶ ବିଷୟରେ କୌଣସି ଖବର ମିଳିନାହିଁ ।
ବାସ୍ତବରେ ରାଜ୍ୟରେ ମଦ ଦୋକାନ ଖୋଲିବା ଆଦେଶ ମିଳିବା ମାତ୍ରେ ସବୁ ମଦ ଦୋକାନ ସାମ୍ନାରେ ଏକ ଲମ୍ବା ଧାଡିରେ ଲାଗିଥିଲା । ଏହି କାରଣରୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଜିଲ୍ଲାରେ ପୋଲିସ ଫୋର୍ସ ମୁତୟନ କରିବାକୁ ପଡୁଥିଲା । ଲକଡାଉନ ଯୋଗୁଁ ମଦ ଦୋକାନ ପ୍ରାୟ 40 ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଏବଂ ଦୋକାନ ଖୋଲିବା ପରେ ମଦପ୍ରେମୀମାନେ ହାତରେ ବୋତଲ ଧରି ନାଚିବା ଆରମ୍ଭ କରିଥିଲେ। ଆଉ ଅତ୍ୟଧିକ ଭିଡ ଯୋଗୁଁ ସେମାନଙ୍କୁ ସମ୍ଭାଳିବା ଅସହାୟ ହୋଇପଡୁଥିଲା ।
କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ମଧ୍ୟପ୍ରଦେଶ ସରକାର ଅରେଞ୍ଜ ଏବଂ ଗ୍ରୀନ୍ ଜୋନ ଜିଲ୍ଲାରେ ମଦ ଦୋକାନ ଖୋଲିବାକୁ ଆସନ୍ତା 5 ତାରିଖରୁ ଅନୁମୋଦନ କରିଛନ୍ତି । ହେଲେ ଏହି ନିଷ୍ପତ୍ତି ପରେ ମଦ ଠିକାଦାର ମାନେ ସେମାନଙ୍କ ନିଜସ୍ବ ସମସ୍ୟା ହେତୁ ମେ 5 ତାରିଖରୁ ଦୋକାନ ଖୋଲିନଥିଲେ । ମେ 6ରେ ଠିକାଦାର ଅବକାରୀ ଅଧିକାରୀଙ୍କ ସହ ସାକ୍ଷାତ ପରେ ପୁଣି ଥରେ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।