ETV Bharat / bharat

ମହିଳାଙ୍କୁ ମାଗଣା ଗାଡିରେ ଘରେ ଛାଡିବ ଲୁଧିଆନା ପୋଲିସ

author img

By

Published : Dec 3, 2019, 12:48 PM IST

କଣ୍ଟ୍ରୋଲରୁମ କିମ୍ବା ପିସିଆର ଗାଡିରେ ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଛାଡିବ ଲୁଧିଆନା ପୋଲିସ । '1091' ଓ '7837018555' ଦୁଇଟି 24 ଘଣ୍ଟିଆ ହେଲ୍ପଲାଇନ ନମ୍ବରକୁ ଫୋନ କରି ଗାଡି ମଗାଇ ପାରିବେ ମହିଳା ।

Ludhiana
ଫାଇଲ ଫଟୋ

ଲୁଧିଆନା: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ସବୁ ସ୍ଥାନରେ ଏବେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ମହିଳା । ଏପରି ସ୍ଥିତିରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଲୁଧିଆନା ପୋଲିସ ଗାଡିରେ ମାଗଣାଯାତ୍ରା ଯୋଜନା ଆରମ୍ଭ କରିଛି ।

ରାତିରେ ଘରକୁ ଫେରିବା ପାଇଁ ଯେକୌଣସି ମହିଳାଙ୍କୁ ଗାଡି ନମିଳିଲେ ସେମାନଙ୍କୁ ମାଗଣାରେ ପୋଲିସ ଗାଡି ଯୋଗେ ଘରେ ଛାଡିବାର ସୁବିଧା କରିଛି ଲୁଧିଆନା ପୋଲିସ । ମହିଳାମାନେ ପୋଲିସ ହେଲ୍ପଲାଇନ ନମ୍ବରକୁ କଲ କରି ଗାଡି ପାଇଁ ଅନୁରୋଧ କରିପାରିବେ । କଣ୍ଟ୍ରୋଲ ରୁମ କିମ୍ବା ପିସିଆର ଗାଡି ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଛାଡିଦେବ । ଏହି ସୁବିଧା ରାତି 10ଟାରୁ ସକାଳ 6ଟା ମଧ୍ୟରେ ଉପଲବ୍ଧ ରହିବ ।

ମହିଳାଙ୍କ ସୁରକ୍ଷା ପାଇଁ ଲୁଧିଆନା ପୋଲିସ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପୋଲିସ କମିଶନର ରାକେଶ ଅଗ୍ରଓ୍ବାଲ କହିଛନ୍ତି । ପୋଲିସ ବିଭାଗ ପାଖରେ '1091' ଓ '7837018555' ଦୁଇଟି 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ରହିଛି । ମହିଳାମାନେ ମାଗଣା ଯାତ୍ରା କରିବା ପାଇଁ ଏହି ନମ୍ବରକୁ ଫୋନ କରିପାରିବେ ବୋଲି ଅଗ୍ରଓ୍ବାଲ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.