ନୂଆଦିଲ୍ଲୀ: କୋରୋନାର ମୁକାବିଲା ପାଇଁ ସାରା ଦେଶ ଲକ ଡାଉନ । 24 ଘଣ୍ଟାରେ ଦିଲ୍ଲୀରେ କୌଣସି ନୂଆ ମାମଲା ଆସିନଥିବା ଜଣାପଡିଛି । ଏହାସହ ଆକ୍ରାନ୍ତଙ୍କ ମଧ୍ୟରୁ 5 ଜଣ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଲେଣି । ବର୍ତ୍ତମାନର ବଡ ସମସ୍ୟା ହେଲା ଦେଶରେ ସୃଷ୍ଟି ହୋଇଥିବା ବଡ ସଙ୍କଟକୁ ନିୟନ୍ତ୍ରଣାଧିନ କରିବା ।
ଏନେଇ ସମସ୍ତଙ୍କୁ ସଜାଗ ଏବଂ ସଚେତନ ରହିବା ଉଚିତ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟଙ୍କୁ ମଧ୍ୟ ସଚେତନ ରଖିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯଦି ଆମେ ସମସ୍ତେ ମିଶି ଏହାକୁ ସାମନା କରିବା ତେବେ ଏହା ନିଶ୍ଚୟ ସଫଳ ହେବ । ଏହି ସଙ୍କଟକୁ ଆମେ ଦେଶରୁ ଦୂରେଇ ପାରିବା।
@ANI