ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଲଗାତାର କିଛି ଦିନ ଧରି ଭାରତ-ପାକ ସୀମାରେ ଅଶାନ୍ତି ଲାଗି ରହିଥିବାବେଳେ ପୁଲୱାମା ତ୍ରାଲରେ ଉଭୟ ପଟୁ ଆରମ୍ଭ ହୋଇଛି ଗୁଳିବର୍ଷଣ । ଉଭୟ ପଟୁ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ଆତଙ୍କି ନିହତ ହୋଇଥିବା ଜଣାପଡିଛି ।
ସୁରକ୍ଷାବଳଙ୍କ ଏକ ବିଶେଷ ସୂତ୍ରରୁ ଜଣାପଡିଛି, 2 ରୁ 3 ଜଣ ଆତଙ୍କୀ ଏହି ଅଞ୍ଚଳରେ ଫସି ରହିଥିବାବେଳେ ଏମାନେ ଅନସର ଗଜ୍ବାତୁଲ ହିନ୍ଦ ସଙ୍ଗଠନର ବୋଲି ଜଣାପଡିଛି । ତେବେ ଏଥିସହ ସେହି ଅଞ୍ଚଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଥିଲା ।
ଗତ 23ରେ ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ 4 ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଏଥିସହ ସେହି ଅଞ୍ଚଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି । ତେବେ ଏହି ଆତଙ୍କୀଙ୍କ ପରିଚୟ କିମ୍ବା କେଉଁ ସଙ୍ଗଠନରେ କାମ କରୁଥିଲେ ତାହା ସ୍ପଷ୍ଟ ହୋଇନଥିଲା । ଏହା ପୂର୍ବରୁ ବାରାମୂଲାରେ ଜୈଶ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।
ଏଥିସହ ଜୁନ 17ରେ ଅନନ୍ତନାଗରେ ଏନକାଉଣ୍ଟରେ ଜଣେ ମେଜର ସହିଦ ହୋଇଥିବାବେଳେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲା ।