ETV Bharat / bharat

ଲକଡାଉନ 3.0, ଏହି ରାଜ୍ୟରେ ଆରମ୍ଭ ହେଲା ମଦ ର ହୋମ ଡେଲିଭରି

author img

By

Published : May 5, 2020, 3:04 PM IST

ଲକଡାଉନ 3.0ରେ ମଦ ର ହେବ ହୋମ ଡେଲିଭରି। ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଛତିଶଗଡ ସରକାର ପ୍ରଥମ ଥର ପାଇଁ ଏଭଳି ଅଭିନବ ପଦକ୍ଷେପ ନେଇଛନ୍ତି।

liquor
ଲକଡାଉନ 3.0, ଏଣିକି ଏହି ରାଜ୍ୟରେ ଆରମ୍ଭ ହେଲା ମଦ ର ହୋମ ଡେଲିଭରି

ରାୟପୁର: ଲକଡାଉନ 3.0ରେ ମଦ ର ହେବ ହୋମ ଡେଲିଭରି। ମୁମ୍ବାଇ ଏବଂ ଦିଲ୍ଲୀରେ ମଦ କିଣିବାକୁ ନେଉ ଦୋକାନ ଆଗରେ ଲୋକଙ୍କ ମାଇଲ ମାଇଲ ଦୂର ଲମ୍ବା ଧାଡି ଲାଗୁଛି। ସରକାର କୋରୋନା ସଂକ୍ରମିତ ମାମଲା ଆଧାରରେ ଦେଶକୁ ତିନି ଭାଗରେ ବିଭକ୍ତ କରି ଗ୍ରୀନ ଏବଂ ଅରେଞ୍ଜ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହି ସମୟରେ ମଦ ଦୋକାନ ଆଗରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଛତିଶଗଡ ସରକାର ଏବଂ ଅନଲାଇନରେ ମଦ କାରବାରକୁ ଗ୍ରୀନ ସିଗନାଲ ଦେଇଛନ୍ତି।

ପୋର୍ଟାଲ ଏବଂ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି। ଫଳରେ କୌଣସି ବ୍ୟକ୍ତି ମଦ କିଣିବାକୁ ଚାହିଁଲେ ଘରେ ବସି ଅର୍ଡର କରିପାରିବେ। ଦେଶରେ ଛତିଶଗଡ ସରକାର ପ୍ରଥମ ଥର ପାଇଁ ଏଭଳି ଅଭିନବ ପଦକ୍ଷେପ ନେଇଛନ୍ତି। ତାହା ପୁଣି ଦୋକାନ ଆଗରେ ଯେପରି ଲମ୍ବା ଲାଇନ ନ ଲାଗେ।

ଏଥିପାଇଁ ଜଣେ ଗ୍ରାହକକୁ ପୋର୍ଟାଲରେ ନିଜର ମୋବାଇଲ ନମ୍ବର, ଆଧାର କାର୍ଡ ଓ ସମ୍ପୂର୍ଣ୍ଣ ଠିକଣା ଦେଇ ନିଜର ନାମ ପଞ୍ଜୀକରଣ କରିବାକୁ ପଡିବ। ଏହାପରେ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ପରେ ଗ୍ରାହକ ଜଣକ ନିଜ ନିକଟସ୍ଥ ଲିକର ସପରୁ ମଦ ଅର୍ଡର କରିପାରିବେ।

ଜଣେ ଗ୍ରାହକ ସମ୍ପୃକ୍ତ ମଦ ଦୋକାନରେ ଉପଲବ୍ଧ ମଦ ତାଲିକା ଏବଂ ଏହାର ମୂଲ୍ୟ ଦେଖିପାରିବେ। ଏହାସହ ଏକ ସମୟରେ 5000 ମିଲି ପର୍ଯ୍ୟନ୍ତ ମଦ ଅର୍ଡର କରିପାରିବେ। ଅନଲାଇନ ହୋମ ଡେଲିଭରି ପାଇଁ ଗ୍ରାହକଙ୍କୁ 120 ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ପ୍ରକାଶ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.