ETV Bharat / bharat

କୋଭିଡ ପଜିଟିଭ ଗର୍ଭବତୀଙ୍କ ଠୁ ଜନ୍ମ ନେଇଛନ୍ତି ୨୦୦ ନେଗେଟିଭ ଶିଶୁ - କୋଭିଡ୍ ଆକ୍ରାନ୍ତ ମହିଳାଙ୍କଠାରୁ ଜନ୍ମ ହେଲେ ୨୦୦ ନିରୋଗୀ ଶିଶୁ

ବେଙ୍ଗାଲୁରୁରେ କୋଭିଡ ମାମଲାଗୁଡ଼ିକର ଚିନ୍ତାଜନକ ବୃଦ୍ଧି ମଧ୍ୟରେ ମଙ୍ଗଳବାର ଭିକ୍ଟୋରିଆ ଏବଂ ଭାନି ଭିଲାସ ହସ୍ପିଟାଲରୁ କିଛି ଖୁସି ଖବର ସାମ୍ନାକୁ ଆସିଛି । କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ଠାରୁ ଜନ୍ମ ନେଇଛନ୍ତି ଦୁଇ ଶହ ନିରୋଗୀ ଶିଶୁ । ଅଧିକ ପଢନ୍ତୁ...

କୋଭିଡ୍ ଆକ୍ରାନ୍ତ ମହିଳାଙ୍କଠାରୁ ଜନ୍ମ ହେଲେ ୨୦୦ ନିରୋଗୀ ଶିଶୁ

author img

By

Published : Aug 12, 2020, 3:03 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ କୋଭିଡ ମାମଲାଗୁଡ଼ିକ ଚିନ୍ତାଜନକ ବୃଦ୍ଧି ମଧ୍ୟରେ ମଙ୍ଗଳବାର ଭିକ୍ଟୋରିଆ ଏବଂ ଭାନି ଭିଲାସ ହସ୍ପିଟାଲରୁ କିଛି ଖୁସି ଖବର ସାମ୍ନାକୁ ଆସିଛି । କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ନିରୋଗୀ ଶିଶୁ ଜନ୍ମ ନେଇଛନ୍ତି । ବେଙ୍ଗାଲୁରୁରୁ ଏଭଳି ଖୁସିଜନକ ଖବର ଆସିଛି । ଗତ କିଛି ସପ୍ତାହ ହେଲା କର୍ଣ୍ଣାଟକରେ କୋରୋନା କହର ଜାରି ରହିଛି । ହେଲେ ଏହି ଚିନ୍ତା ଜନକ ପରିସ୍ତିତି ଭିତରେ ମଙ୍ଗଳବାର ଆସିଥିବା ଏହି ଖୁସିଖବର ପୁଣି ସାରା ଦେଶବାସୀଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି ।

ତେବେ ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ଶିଶୁ ଜନ୍ମ ନେବା ପରେ ଶିଶୁ ମାନଙ୍କୁ ବି କୋରୋନା ଆଶଙ୍କାରେ କୋଭିଡ୍ ପରୀକ୍ଷା କରାଯାଇଥିଲା । ହେଲେ ସମସ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ଦେଇଛନ୍ତି ଦୁଇ ମେଡିକାଲ କର୍ତ୍ତୃପକ୍ଷ । ଏପଟେ ଦୁଇ ଡାକ୍ତରଖାନାର କର୍ମଚାରୀମାନଙ୍କୁ ଏଭଳି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟ ଶୀକ୍ଷା ମନ୍ତ୍ରୀ କାକ୍ତର କେ ସୁଧାକର ମିଶ୍ର ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧.୮୨ ଲକ୍ଷରୁ ଅଧିକ ମାମଲା ରହିଛି । ସେଥିମଧ୍ୟରୁ ପ୍ରାୟ ୮୦,୦୦୦ସକ୍ରିୟ ମାମଲା ରହିଛି। କେବଳ ରାଜଧାନୀ ବେଙ୍ଗାଲୁରୁରେ ୭୫,୦୦୦ରୁ ଅଧିକ ଲୋକେ କୋରୋନାଭାଇରସ୍ ସଂକ୍ରମିତ ବୋଲି ଜଣା ପଡିଛି । ତେବେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.