ଚଣ୍ଡିଗଡ: ପଶୁ ମାନେ ମଣିଷର ସାଥୀ ବି ହୋଇପାରନ୍ତି ଆଉ କେତେ ଭୟଙ୍କର ହୋଇପାରନ୍ତି ତାହା ଏହି ସିସିଟିଭି ଫୁଟେଜରୁ ପ୍ରମାଣିତ ହୋଇପାରିଛି । ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ପଞ୍ଜାବର ଜଳନ୍ଧର ଅଞ୍ଚଳରେ ।
ଜଣେ 15 ବର୍ଷୀୟ ନାବାଳକ ସାଇକେଲରେ ଟ୍ୟୁସନରୁ ଫେରିବା ବେଳେ ସେହି ସମୟରେ ଏକ ପାଗଳା କୁକୁରର ହାବୁଡରେ ପଡିଯାଇଥିଲା । ନାବାଳକର ଡାହାଣ ଗୋଡକୁ କାମୁଡି ଧରିଥିଲା କୁକୁର । ଆଖପାଖରେ ଥିବା ସମସ୍ତେ ଯେତେ ଚେଷ୍ଟା କରିଥିଲେ ମଧ୍ୟ କୁକୁରଟି ନାବାଳକ ଗୋଡକୁ ଛାଡିନଥିଲା ।
ଗୋଇଠା, ପାଣି, ବାଡିରେ ବି କୁକୁରକୁ ଆକ୍ରମଣ କରାଯାଇଥିଲେ ମଧ୍ୟ ପାଗଳା କୁକୁରଟି ସେହି ଛୋଟ ଶିଶୁର ଗୋଡକୁ ଲହୁଲୁହାଣ କରିଥିଲେ ମଧ୍ୟ ଛାଡିନଥିଲା । ଏହି ସମସ୍ତ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ।
ନାବାଳକ ଏବେ ଚିକିତ୍ସାଧୀନ ଥିବା ବେଳେ ଶିଶୁର ବାପା ମା ଘଟଣା ସମ୍ପର୍କରେ ପୋଲିସକୁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ