ETV Bharat / bharat

ରୋବୋଟିକ କୌଶଳ ଆପଣାଇଲା ଏୟାର ଇଣ୍ଡିଆ , ସଫେଇ ଓ ସାନିଟାଇଜ କରିବ ମେସିନ

author img

By

Published : Jan 7, 2021, 10:31 PM IST

ୟାର ଇଣ୍ଡିଆ ଆପଣାଇଛି ନୂତନ ଜ୍ଞାନ କୌଷଳ । ପ୍ରଥମ ଥର ପାଇଁ ବିମାନର ସଫେଇ ଓ ସାନିଟାଇଜ ପାଇଁ ରୋବଟିକ ପ୍ରଯୁକ୍ତି ବିଦ୍ୟାକୁ ସ୍ଥାନ ଦେଇଛି ଏୟାର ଲାଇନ । ପଢନ୍ତୁ ଅଧିକ....

ରୋବର୍ଟିକ ବ୍ୟବସ୍ଥା ଲଞ୍ଚ କଲା ଏୟାର ଇଣ୍ଡିଆ , ସଫେଇ ଓ ସାନିଟାଇଜ ହେବ ସୁବିଧା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଆପଣାଇଛି ନୂତନ ଜ୍ଞାନ କୌଶଳ । ପ୍ରଥମ ଥର ପାଇଁ ବିମାନର ସଫେଇ ଓ ସାନିଟାଇଜ ପାଇଁ ରୋବଟିକ ପ୍ରଯୁକ୍ତି ବିଦ୍ୟାକୁ ସ୍ଥାନ ଦେଇଛି ଏୟାର ଲାଇନ । ବିମାନର ଆଭ୍ୟନ୍ତରୀଣ ସଫେଇ ଓ ସାନିଟାଇଜ କାର୍ଯ୍ୟ ପାଇଁ ମନୁଷ୍ୟ କର୍ମଚାରୀଙ୍କ ବଦଳରେ ରୋବର୍ଟିକ ଡିଭାଇସ ବ୍ୟବହାର କରିଛି ସଂସ୍ଥା । ରୋବର୍ଟ ଦ୍ବାରା ବିମାନର ଭିତର ଭାଗର ସଫେଇ ଓ ସାନିଟାଇଜ କରିବା ଭଳି କାମରେ ରୋବର୍ଟିକ ଡିଭାଇସର ବ୍ୟବହାର କରିବାକୁ ଯାଉଛି ସଂସ୍ଥା । ଆଜି ବୋଇଙ୍ଗ-737-800 ଶହ ବିମାନରେ ଏବି ସେବାକୁ ଆରମ୍ଭ କରାଯାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ କରିଛି କମ୍ପାନୀ ।

ବିମାନର ଭିତର ଭାଗରେ ଥିବା ସିଟ ଓ ଅନ୍ୟାନ୍ୟ ଅପହଞ୍ଚ ସ୍ଥାନରେ ଏହି ରୋବୋର୍ଟିକ ମେସିନ ସୁବିଧାରେ ପହଞ୍ଚିବା ସହିତ ଉନ୍ନତ ମାନର ସଫେଇ ଓ ସାନିଟାଇଜ ସୁବିଧା ଦେଇ ପାରୁଛି । ଯାହା ଜଣେ ସାଧାରଣ ମନୁଷ୍ୟ କର୍ମଚୀରୀଙ୍କ ପାଇଁ କଷ୍ଟସାଧ୍ୟ ଓ ସମୟ ସାପେକ୍ଷ ମଧ୍ୟ ହୋଇଥାଏ । ଏହି ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଅନ୍ୟ ବିମାନ ବନ୍ଦରକୁ ସଂପ୍ରସାରଣ କରିବାକୁ ଲକ୍ଷ ରଖିଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ।

ଏହି ଅତ୍ୟାଧୁନିକ ରୋବର୍ଟିକ ବ୍ୟବସ୍ଥା NABL ଦ୍ବାରା ବିକଶିତ ହୋଇଛି । ତେବେ ଉକ୍ତ ସଂସ୍ଥା ସହ ଅନୁବନ୍ଧିତ ହୋଇଛି ଏୟାର ଇଣ୍ଡିଆ । ଆଗାମୀ ଦିନରେ ସଂସ୍ଥା ଠାରୁ ଆହୁରି ଅଧିକ ରୋବର୍ଟିକ ଡିଭାଇସ କିଣିବା ପାଇଁ ଚିନ୍ତା କରୁଛି ଏୟାର ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.