ETV Bharat / bharat

'ଅଲକାଏଦା ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥିଲା ପାକିସ୍ତାନ’

author img

By

Published : Sep 24, 2019, 12:35 PM IST

ଆତଙ୍କବାଦ ସହ ପ୍ରତ୍ୟେକ୍ଷ ଭାବେ କୌଣସି ସମ୍ପର୍କ ନାହିଁ ବୋଲି ବାରମ୍ବାର ବିଶ୍ବ ସମୁଦାୟ ଆଗରେ କହି ଆସୁଥିବା ପାକିସ୍ତାନର ମିଛ ଏବେ ଧରା ପଡିଯାଇଛି । ଅଲକାଏଦା ଆତଙ୍କବାଦୀଙ୍କୁ ପାକିସ୍ତାନ ଟ୍ରେନିଂ ଦେଇଥିଲା ବୋଲି ନିଜେ ଏବେ ମାନିଛନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

ଫାଇଲ ଫଟୋ

ନ୍ୟୁୟର୍କ: ଶେଷରେ ସତ ଓଗାଳିଛନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆତଙ୍କବାଦୀଙ୍କ ସହ ପ୍ରତ୍ୟେକ୍ଷ ଭାବେ କୌଣସି ସମ୍ପର୍କ ନାହିଁ ବୋଲି ବାରମ୍ବାର ବିଶ୍ବ ସମୁଦାୟ ଆଗରେ ମିଛ କହି ଆସୁଥିବା ପାକିସ୍ତାନର ଅସଲ ଚେହେରା ଏବେ ଧରା ପଡିଯାଇଛି । ଅଲକାଏଦା ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରଶିକ୍ଷଣ ଦେଇଥିବା ନେଇ ନିଜ ମୁହଁରେ ସ୍ବୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ।

ବିଶ୍ବର କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନ ଏହି ସଙ୍ଗଠନର ମୁଖିଆ ଥିଲା । ତା’ର ନେତୃତ୍ବରେ ଅଲକାଏଦା ୯/୧୧ ଭଳି ଆତଙ୍କବାଦୀ ଆକ୍ରମଣ କରିଥିଲା । ଏହି ହମଲା ପରେ ପାକିସ୍ତାନ ଆମେରିକାକୁ ସାଥ ଦେଇ ବଡ ଭୁଲ କରିଛି । ନ୍ୟୁୟର୍କ ଠାରେ ଆୟୋଜିତ ହୋଇଥିବା ‘କାଉନସିଲ ଅନ ଫରେନ ରିଲେସନ’ ବୈଠକରେ ଯୋଗ ଦେଇ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ବୈଠକରେ ଯୋଗ ଦେବା ଅବସରରେ ଇମ୍ରାନ ଖାନ୍ କହିଛନ୍ତି ଯେ, ସେପ୍ଟମ୍ବର 11, 2001ରେ ନ୍ୟୁୟର୍କରେ ଥିବା ଟ୍ବିନ ଟାୱାର ଅର୍ଥାତ ବିଶ୍ବ ବାଣିଜ୍ୟ ସଙ୍ଗଠନ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଆତଙ୍କୀ ସଙ୍ଗଠନ ଅଲକାଏଦାକୁ ପାକିସ୍ତାନ ସେନା ଓ ଆଇଏସଆଇ ପ୍ରଶିକ୍ଷଣ ଦେଇଥିଲା । ତେବେ 9/11 ଆକ୍ରମଣ ପରେ ଆମେରିକା ପାକିସ୍ତାନ ଉପରେ ଭରଷା କରି ବଡ ଭୁଲ କରିଥିଲା । ଆମେରିକା ଠାରୁ ଆମକୁ ସାହାଯ୍ୟ ବଦଳରେ ମିଳିବାକୁ ଥିବା ପ୍ରାୟ 200 ବିଲିୟନ ଡଲାର କ୍ଷତି ସହିବାକୁ ପଡିଥିଲା।

ଆମେରିକା ପୂର୍ବତନ ପ୍ରତିରକ୍ଷା ସଚିବ ଜେମ୍ସ ମ୍ୟାଟିସ ଆତଙ୍କବାଦ ପ୍ରସଙ୍ଗରେ ଦେଇଥିବା ଦେଇଥିବା ମତାମତ ଉପରେ ପ୍ରତିକ୍ରିୟା ରଖି ଇମ୍ରାନ ଖାନ୍ କହିଛନ୍ତି ଯେ, ଆମେରିକା ବୁଝିବା ଦରକାର କାହିଁକି ପାକିସ୍ତାନ କଟ୍ଟରପନ୍ଥୀ ହୋଇଛି । 9/11 ଆକ୍ରମଣ ପରେ ଆଫଗାନିସ୍ତାନ ହୋଇଥିବା ତାଲିବାନ ବିରୋଧି ଲଢେଇରେ ଆମେରିକାକୁ ପାକିସ୍ତାନ ନିଜର ସମର୍ଥନ ଜଣାଇ ଭୁଲ କରିଥିଲା ବୋଲି ସେ ଦର୍ଶାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 1980 ମସିହାରେ ସୋଭିଏତ ସଂଘ ପକ୍ଷରୁ ଆଫଗାନିସ୍ତାନରେ ହୋଇଥିବା ରାଜନୈତିକ ସଂଘର୍ଷକୁ ନେଇ ହସ୍ତକ୍ଷେପ ମାମଲାରେ ଆମେରିକାକୁ ପାକିସ୍ତାନ ସାଥ ଦେଇଥିଲା । ତେବେ ଆଫଗାନ ମାଟିରେ ସୋଭିଏତ ବିରୋଧରେ ଜିହାଦ କରିବା ପାଇଁ ପାକିସ୍ତାନ ଏବଂ ଆଇଏସଆଇ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥଲା । ଯାହା ପରେ ଆଲକାଏଦା ଭଳି ଦୁର୍ଦ୍ଦଷ ଆତଙ୍କବାଦୀ ସଙ୍ଗଠନର ଅଭ୍ୟୁଦୟ ହୋଇଥିଲା । 1989ରେ ଆଫଗାନିସ୍ତାନକୁ ସୋଭିଏତ ସେନା ଛାଡି ଦେବା ପରେ ଅଲକାଏଦା ଆତଙ୍କବାଦୀ ପାକିସ୍ତାନ ମାଟିରେ ନିଜର ଉପସ୍ଥିତ ଜାହିର କରିବା ସହ ଆତଙ୍କୀ କାର୍ଯ୍ୟକଳାପରେ ମାତିଛନ୍ତି । ମାତ୍ର ଏ ଦିଗରେ ଆମେରିକା ନିରବ ରହିଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.