ETV Bharat / bharat

ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି ପାକ୍ - India

ଲୋକସଭା ନିର୍ବାଚନ ପରେ ଭାରତ-ପାକ୍ ସମ୍ପର୍କରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଚୀନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଇମ୍ରାନ ଖାନ୍ ।

ଫାଇଲ ଫଟୋ
author img

By

Published : Apr 28, 2019, 12:12 PM IST

ନୂଆଦିଲ୍ଲୀ: ପୁଲୱାମା ଓ ଏୟାର ଷ୍ଟ୍ରାଇକ ପରେ ଭାରତ-ପାକ୍‌ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଯେଉଁ ତିକ୍ତତା କି ସୁଧିରିବାର ନାଁ ନେଉନି । କିନ୍ତୁ ଉଭୟ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ନେଇ ମୁହଁ ଖୋଲିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କହିଛନ୍ତି ଲୋକସଭା ନିର୍ବାଚନ ପରେ ଭାରତ ସହ ଚାଲିଥିବା ତିକ୍ତତାକୁ ଆମେ ସୁଧାରିବାକୁ ଚାହୁଁଛୁ ।

ଶନିବାର ଚୀନରେ ଅନୁଷ୍ଠିତ ‘ଚୀନ ଇଣ୍ଟରନ୍ୟାସନାଲ କଲଚଲରାଲ କମ୍ୟୁନିକେଶନ ସେଣ୍ଟର’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି, ଆମେ ଆଶା କରୁଛୁ ଭାରତରେ ଲୋକସଭା ନିର୍ବାଚନ ପରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ସୁଧୁରିବ । ଇମ୍ରାନ କହିଛନ୍ତି, ଆର୍ଥିକ ଅଭିବୃଦ୍ଧି ପାଇଁ ସ୍ଥିରତା ଆବଶ୍ୟକ । ଅନ୍ୟ ପଡୋଶୀ ଦେଶ ସହ ସମ୍ପର୍କ ଭଲ ଥିବାବେଳେ କେବଳ ଭାରତ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଯାହାକୁ ଆମେ ସମାଧାନ କରିବାକୁ ଚାହୁଁଛୁ । ଏଥିପାଇଁ ପାକ୍ ସରକାର କାମ ମଧ୍ୟ କରୁଛନ୍ତି । ଏହି ଅବସରରେ ସେ ଆଫଗାନିସ୍ଥାନ ସମ୍ପର୍କରେ ମଧ୍ୟ କହିଥିଲେ । ଯଦି ରାଜନୈତିକ ସମାଧାନ ସଫଳ ହୁଏ, ତେବେ ତାଙ୍କ ଦେଶର ସୀମାରେ ଶାନ୍ତି ବଜାୟ ରହିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.