ETV Bharat / bharat

ଗୋଟିଏ ଛାତ ତଳେ ମୋଦି-ଇମ୍ରାନ, କେହି ଦେଖା କଲେନି କାହାକୁ - prime-minister

ବିସ୍କେକରେ ରାତ୍ରଭୋଜନ ସମୟରେ ଗୋଟିଏ ଛାତ ତଳେ ମୋଦି ଓ ଇମ୍ରାନ ଏକାଠି ହୋଇଥିଲେ ମଧ୍ୟ ଦୁଇ ନେତାଙ୍କ ଦେଖା ସାକ୍ଷାତ ହୋଇନାହିଁ ।

ଡିଜାଇନ ଫଟୋ
author img

By

Published : Jun 14, 2019, 2:17 PM IST

ବିସ୍କେକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଙ୍ଗଠନର ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ କିର୍ଗିଜସ୍ତାନର ରାଜଧାନୀ ବିସ୍କେକରେ ଅଛନ୍ତି । ମୋଦିଙ୍କ ବ୍ୟତୀତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସମ୍ମିଳନୀରେ ସାମିଲ ହୋଇଛନ୍ତି ।

ଗୋଟିଏ ଛାତ ତଳେ ମୋଦି ଓ ଇମ୍ରାନ ଏକାଠି ହୋଇଥିଲେ ମଧ୍ୟ ଦୁଇ ନେତାଙ୍କ ଦେଖା ସାକ୍ଷାତ ହୋଇନାହିଁ । ସେହି ପରି ରାତ୍ରି ଭୋଜନ ସମୟରେ ଦୁଇ ନେତା ଏକା ସମୟରେ ପ୍ରବେଶ କରିଥିଲେ, କିନ୍ତୁ ମୋଦି ଓ ଇମ୍ରାନଙ୍କ ନା ଆଖି ମିଶିଥିଲା ନା ହାତ । ଏସସିଓ ସମ୍ମିଳନୀରେ ଉପସ୍ଥିତ ସବୁ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ମୋଦି ସାକ୍ଷାତ କରିଥିବା ବେଳେ ଇମ୍ରାନଙ୍କ ସହ କିଛିବି କଥା ହୋଇନାହାଁନ୍ତି ।

ପୁଲଓ୍ବାମା ଆତଙ୍କୀ ଘଟଣା ଓ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ରହିଛି । ପାକିସ୍ତାନ ପକ୍ଷରୁ ବାରମ୍ବାର ଦ୍ବିପାକ୍ଷିକ ବାର୍ତ୍ତା ପାଇଁ ଅନୁରୋଧ କରାଯାଉଥିବା ବେଳେ ସୀମାରେ ଆତଙ୍କବାଦ ଓ ଆଲୋଚନା ଏକା ସହ ଚାଲି ପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି ।

Intro:Body:

dhdhd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.