ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋଦିଙ୍କୁ ରବିବାର ଫୋନ କରି ଜଣାଇଲେ ଶୁଭେଚ୍ଛା । ଲୋକସଭା ନିର୍ବାଚନରେ ସଫଳତାର ଶ୍ରେୟ ଦେବା ସହ ଦୁଇ ଦେଶର ଲୋକଙ୍କ ପାଇଁ ମିଳିମିଶି କାମ କରିବାକୁ କଲେ ଇଚ୍ଛା ପ୍ରକାଶ ।
ଏହାସହ ମୋଦି ମଧ୍ୟ 'ନେଇବରହୁଡ ଫାର୍ଷ୍ଟ ପଲିସି' କଥା ଉଠାଇ ଦୁଇ ଦେଶରେ ଥିବା ଗରିବି ଦୂରୀକରଣ ପାଇଁ ଦେଲେ ପ୍ରସ୍ତାବ । ଇମ୍ରାନ ଖାନ ମଧ୍ୟ ଏସିଆରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ମିଳିମିଶି କାମ କରିବା ପାଇଁ ଇଚ୍ଛା ଦେଲେ ପ୍ରତିଶୃତି ।