ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି । ହାଉସ୍ ଅଫ୍ ରିପ୍ରେଜେନଟିଭରେ ଏହି ପ୍ରସ୍ତାବକୁ ପାସ୍ କରାଯାଇଛି । ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚଲାଇବା ପାଇଁ ବୁଧବାର ଭୋଟ ଗ୍ରହଣ କରାଯାଇଥିଲା । ମୋଟ 230 ମଧ୍ୟରୁ 197 ଭୋଟ ମିଳିଥିଲା ।
ଉଭୟ ପଦବୀର ଦୁରୂପଯୋଗ ଓ କଂଗ୍ରେସର ବା ସଂସଦ କାମରେ ବାଧା ପହଞ୍ଚାଇବା ଅଭିଯୋଗରେ ମତଦାନ ହୋଇଛି । ଆମେରିକା ଇତିହାସରେ ଟ୍ରମ୍ପ ତୃତୀୟ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ମହାଭିଯୋଗ ଆସିଛି । ପୂର୍ବରୁ ସେ ହାଉସ ଅଫ ରିପ୍ରେଜେଣ୍ଟଟିଭ ବାଚସ୍ପତି ନାନସି ପେଲୋସୀଙ୍କୁ ପତ୍ର ଲେଖି ମହାଭିଯୋଗ ପ୍ରକ୍ରିୟା ନକରିବାକୁ କହିଥିଲେ ।
ଟ୍ରମ୍ପଙ୍କ ବିରୋଧରେ ଅପରାଧ ଓ ଦୁଷ୍କର୍ମ ବ୍ୟତୀତ ନିଜ ପଦବୀର ଦୂରୁପଯୋଗ କରିବା ଅଭିଯୋଗ ଆସିଛି । ତେବେ ଲୋକସଭାରେ ଡେମୋକ୍ରାଟିକ୍ସର ବହୁମତ ଥିବାରୁ ଟ୍ରମ୍ପଙ୍କ ବିରୋଧରେ ଅଧିକ ଭୋଟ ଆସିଥିଲା ।