ହାଇଦ୍ରାବାଦ: ଛାୟା ନାମକ ଜଣେ ଝିଅ ସ୍ୱଭାବରେ ଭାରି ଲଜ୍ଜାଶୀଳ । ଯେତେବେଳେ ତା ମନ ଭଲ ନ ଥାଏ ବା ପରୀକ୍ଷା ଯୋଗୁଁ ମାନସିକ ଚାପରେ ଥାଏ, ସେତେବେଳେ ସେ ଅଧିକ ଖାଇଥାଏ । ଯୁବାବସ୍ଥାରେ ବି ଛାୟାର ଏଭଳି ଖାଇବା ଶୈଳୀ ଜାରି ରହିଥିଲା । ପରିଣାମ ସ୍ୱରୂପ ଛାୟା ମେଦବହୁଳତାରେ ପୀଡିତ ହେଲା ଛାୟା । ମେଦବହୁଳତା ସହ ତାଠାରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ବି ଦେଖାଗଲା । ଏଭଳି ସ୍ଥିତି ସଂପର୍କରେ ଇଟିଭି ଭାରତ ସୁଖୀଭବଃ ପକ୍ଷରୁ ମୁମ୍ବାଇ ବୋରିଭାଲି ସ୍ଥିତ ପ୍ରଫୁଲ୍ଲତା ସାଇକୋଲୋଜିକାଲ ୱେଲନେସ୍ ସେଣ୍ଟରର ମନସ୍ତତ୍ତ୍ବବିତ୍ ଓ ପ୍ଲେ ଥେରାପିଷ୍ଟ କାଜଲ ଦାଭେଙ୍କ ସହ ଆଲୋଚନା କରାଯାଇଥିଲା । ସେ ଆମର ଖାଦ୍ୟ ଅଭ୍ୟାସ ଉପରେ ମୁଡ୍ ବା ମନର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ ।
ଛାୟା କ୍ଷେତ୍ରରେ ଅସୁବିଧା କଣ ହେଲା? ଇଂରାଜୀରେ ଏକ ଲୋକପ୍ରିୟ ପ୍ରବାଦ ଅଛି । ତାହା ହେଲା ‘ଗୁଡ୍ ଫୁଡ୍ ଇଜ୍ ଟୁ ଗୁଡ୍ ମୁଡ୍’ । ଖାଦ୍ୟ ଆମ ମନକୁ କିପରି ପ୍ରଭାବିତ କରେ, ତାହା ତ ସମସ୍ତଙ୍କୁ ଜଣା । କିନ୍ତୁ ଆମର ମୁଡ୍ ବା ମନ ଏବଂ ଭାବନା ବି ଆମର ଖାଦ୍ୟ ପସନ୍ଦର କାରଣ ହୋଇଥାଏ । ସେହି ଖାଦ୍ୟ ସ୍ୱାସ୍ଥ୍ୟକର ହେଉ ଅସ୍ୱାସ୍ଥ୍ୟକର । କିଛି ସମୟ ନେଇ ନିଜକୁ ପଚାରନ୍ତୁ ଯେ, ଆପଣ ଖୁସି ଥିବା ବେଳେ କେଉଁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି? ଦୁଃଖୀ ଥିଲା ବେଳେ ମନ ଭଲ ନ ଥିଲେ, ରାଗିଲେ ଓ ନିରାଶ ହେଲେ ଆପଣ କେଉଁ କେଉଁ ଖାଦ୍ୟ ଖାଇବା କଥା ଚିନ୍ତା କରନ୍ତି ? ପ୍ୟାକ୍ ଫୁଡ୍ ବା ଆଇସକ୍ରିମ ଟବ୍ ବା କିଛି ଚୋବାଇଲା ଭଳି ଖାଦ୍ୟପଦାର୍ଥ ବୋଧହୁଏ ଆପଣଙ୍କ ଉତ୍ତର ହେବ ।
ଏଠାରେ ଆମେ ଖାଦ୍ୟ ଜରିଆରେ ସାନ୍ତ୍ୱନା ଖୋଜିବାକୁ ଚେଷ୍ଟା କରୁ । ଆମ ସମସ୍ୟାର ସମାଧାନ ଖାଦ୍ୟରେ ରହିଛି ବୋଲି ଆମେ ଅନୁଭବ କରୁ । ଆଉ ସେଥିପାଇଁ ଆମେ ‘ଇମୋସୋନାଲ ଇଟର’ ଭଳି ଶବ୍ଦ ବ୍ୟବହାର କରିଥାଉ । ଛାୟା କ୍ଷେତ୍ରରେ ବି ଠିକ୍ ସେଇୟା ହୋଇଛି, ଯିଏ କି କଷ୍ଟକର ପରିସ୍ଥିତିରେ ସାନ୍ତ୍ୱନା ପାଇଁ ଖାଦ୍ୟର ସାହାରା ନେଇଥିଲା । କିଶୋର ଓ ଆଦ୍ୟ ଯୁବାବସ୍ଥାରେ ଏଭଳି ସ୍ଥିତି ଦେଖାଯାଏ ।
ଖାଦ୍ୟରେ ସାନ୍ତ୍ୱନା ଖୋଜିବା କଥା କହିଲେ ପ୍ରକୃତରେ କଣ ବୁଝାଯାଏ, ଆସନ୍ତୁ ଜାଣିବା । କିଛି ଲୋକ ଅଛନ୍ତି, ଯେଉଁମାନେ କି ରାଗିଲେ ବା ନିରାଶ ହେଲା ଖାଦ୍ୟ ଖାଆନ୍ତି ନାହିଁ । କିନ୍ତୁ ଅନେକ ଅଛନ୍ତି, ଯେଉଁମାନେ କି ଖାଦ୍ୟ ଜରିଆରେ ମନକୁ ବୁଝାନ୍ତି । ଏହା ପଛରେ ବିଭିନ୍ନ କାରଣ ରହିଛି । ନିଜର ଭାବନା କାହା ଆଗରେ ପରିପ୍ରକାଶ ନ କରିପାରିଲେ ଖାଦ୍ୟ ଜରିଆରେ ନିଜକୁ ସାନ୍ତ୍ୱନା ଦେଇଥାନ୍ତି ଲୋକେ । ବେଳେ ବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ନିଜ ଉପରେ ଆତ୍ମବିଶ୍ୱାସ ନ ଥିଲେ ବି ଅନେକ ଲୋକ ଗୁଡାଏ ଏଣୁତେଣୁ ଖାଇ ଦିଅନ୍ତି । କୌଣସି ଅବସାଦଗ୍ରସ୍ତ ପରିସ୍ଥିତି ବା କୌଣସି ଫଳାଫଳ ନେଇ ବ୍ୟଗ୍ରତା ସ୍ଥିତିରେ ବି ଲୋକଙ୍କଠାରେ ଏ ପ୍ରକାର ‘ଇମୋସନାଲ ଇଟିଂ’ ଦେଖାଯାଏ ।
କିଛି କାମ ନ ଥିଲେ ବା ଆଳସ୍ୟପରାୟଣତା ଯୋଗୁଁ କିଛି କା ନ କଲେ ବି ଟିଭି ଦେଖି ଦେଖି କିଛି ଲୋକ ଖାଇବା ଜାରି ରଖିଥାନ୍ତି । ଏହାକୁ ବିଂଜ୍ ଇଟିଂ କୁହାଯାଏ । ଏଥିରେ ସଂପୃକ୍ତ ଲୋକେ ସାଧାରଣତଃ ନକାରାତ୍ମକ ଚିନ୍ତାଧାରା ପୋଷଣ କରିଥାନ୍ତି । ସେମାନଙ୍କ ଶକ୍ତି ସାମର୍ଥ୍ୟକୁ ଠିକ୍ ଭାବେ ଉପଯୋଗ କରିପାରି ନ ଥାନ୍ତି । ବେଳେ ବେଳେ ମୁଡ୍ ଅନୁସାରେ ଆମେ ଖାଦ୍ୟ ଖାଇଥାଉ । ଆମେ ଯଦି ବେଶୀ ଖୁସି ଥାଉ,ତାହା ହେଲେ ଟିକେ ଅଧିକା ଖାଇନେଉ । ଆଉ କେତେବେଳେ ଆମେ ଆମର ଓଜନ ନେଇ ଏତେ ଚିନ୍ତାରେ ଥାଉ ଯେ, ଖୁ୍ବ କମ ଖାଦ୍ୟ ଖାଇବା ବା ନ ଖାଇବା ଭଳି ପଦକ୍ଷେପ ସଂପର୍କରେ ଚିନ୍ତା କରିଥାଉ । ନ ହେଲେ ଫ୍ୟାନସୀ ଫୁଡ୍ କଥା ଚିନ୍ତା କରିଥାଉ । କିନ୍ତୁ ଏ ସବୁ ଖାଦ୍ୟ ଅଭ୍ୟାସ ଉଭୟ ଶାରୀରିକ ଓ ମାନସିକ ଭାବେ ଆମର କ୍ଷତି କରିଥାଏ । ଅନେକ ସମୟରେ ଆମେ ଆମର ବନ୍ଧୁଙ୍କ ଭଳି ଚେହେରା ଓ ଶରୀର ପାଇବାକୁ ଚେଷ୍ଟା କରୁ । ସେମାନଙ୍କ ସହ ନିଜକୁ ତୁଳନା କରୁ । ଅନେକ ଅନାବଶ୍ୟକ ଆଶା ଆଂକାକ୍ଷା ଦ୍ୱାରା ଆମେ ନିଜକୁ ସର୍ବଦା ଚାପ ମଧ୍ୟକୁ ଠେଲି ଦେଇଥାଉ ।
ଏଭଳି ନକାରାତ୍ମକ ସ୍ଥିତିରୁ ମୁକୁଳିବା ପାଇଁ କେତୋଟି ବିଷୟ ପ୍ରତି ଧ୍ୟାନ ଦିଆଯାଇପାରେ ।
*ଆପଣ କଣ ଖାଇବେ, କଣ ନାହିଁ , ସେ ନେଇ ଖୁବ୍ ସତର୍କକା ଅବଲମ୍ବନ କରନ୍ତୁ । ଗେଜେଟରୁ ଦୂରରେ ରହନ୍ତୁ ଓ ପରିବାର ସଦସ୍ୟମାନଙ୍କ ସହ କିଛି ସମୟ କାଟନ୍ତୁ ।
*ଆପଣ କଣ ଖାଇବେ, କେତେବେଳେ ଖାଇବେ ଓ କିଭଳି ସ୍ଥିତିରେ ଆପଣ କଣ ସବୁ ଖାଦ୍ୟ ଖାଇଲେ, ସେ ସବୁ ଏକ ଡାଏରୀରେ ଟିପି ରଖନ୍ତୁ ।
*ଥରେ ଆପଣ କଷ୍ଟକର ପରିସ୍ଥିତିକୁ ଚିହ୍ନଟ କରିଦେଲେ, ଆପଣଙ୍କ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ସହ ତାହା ସେୟାର କରନ୍ତୁ ।
*ସର୍ବଦା ସ୍ୱାସ୍ଥ୍ୟକର ରୁଟିନ ବଜାୟ ରଖନ୍ତୁ । କୌଣସି ବିଷୟରେ ନିଜକୁ ଦୋଷୀ ଭାବନ୍ତୁ ନାହିଁ କି କୌଣସି କାରଣ ନ ଥାଇ ଦୁଃଖୀ ହୁଅନ୍ତୁ ନାହିଁ । ପୁଣି ଥରେ ସବୁକିଛି ନୂଆ କି ଆରମ୍ଭ ହୋଇପାରିବ ।
*ପରୀକ୍ଷା ହେଉ କି କୌଣସି ପ୍ରୋଜେକ୍ଟ ବା ବିଫଳ ସଂପର୍କ । ସବୁ ପରିସ୍ଥିତିକୁ ଆପଣ ନିଜେ ସମାଧାନ କରିପାରିବାକୁ ସମର୍ଥ ବୋଲି ବିଶ୍ୱାସ ରଖନ୍ତୁ । ଖାଦ୍ୟ ଜରିଆରେ ସାନ୍ତ୍ୱନା ଖୋଜିବା ବଦଳରେ ନିଜର ସପୋର୍ଟ ସିଷ୍ଟମ ଉପରେ ଫୋକସ ରଖନ୍ତୁ ।