ETV Bharat / bharat

ଆଗାମୀ 48 ଘଣ୍ଟାରେ ପ୍ରବଳ ବର୍ଷିବ, ଉତ୍ତର-ପଶ୍ଚିମ ଓ କେନ୍ଦ୍ର ଭାରତରେ ମୌସୁମୀ ସକ୍ରିୟ

author img

By

Published : May 29, 2020, 12:56 PM IST

ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର ସମତଳ ଅଞ୍ଚଳରେ ଉତ୍ତାପ ହ୍ରାସ ପାଇବ। ଯାହାଫଳରେ ଆଗାମୀ 48 ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେଵ। ତେଵେ ମେଘୁଆ ପାଗ ଏବଂ ଅଳ୍ପ ଅଳ୍ପ ବର୍ଷା ଆଜି ଜାତୀୟ ରାଜଧାନୀକୁ ଉତ୍ତାପରୁ ବହୁ ଆରାମ ଦେଇଛି।

may-28-to-31-favourable-conditions-for-monsoon

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗର ଜାତୀୟ ପାଣିପାଗ କାର୍ଯ୍ୟାଳୟ ଗୁରୁବାର (ମେ 28) ପୂର୍ବାନୁମାନ କରିଛି ଯେ, ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର ସମତଳ ଅଞ୍ଚଳରେ ଉତ୍ତାପ ହ୍ରାସ ପାଇବ। ଯାହାଫଳରେ ଆଗାମୀ 48 ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେଵ। ତେଵେ ମେଘୁଆ ପାଗ ଏବଂ ଅଳ୍ପ ଅଳ୍ପ ବର୍ଷା ଭିଜା ପାଗ ଆଜି ଜାତୀୟ ରାଜଧାନୀକୁ ଉତ୍ତାପରୁ ବହୁ ଆରାମ ଦେଇଛି। ସୂଚନାଯୋଗ୍ୟ ଏଠାରେ ବର୍ଷର ସର୍ବାଧିକ 40.3 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ମଙ୍ଗଳବାର ଦିନ ପର୍ଯ୍ୟବେକ୍ଷକ 46 ଡିଗ୍ରୀ ସେଲସିୟସ ରେକର୍ଡ କରିଥିଲେ । ମେ ମାସ ପାଇଁ ଏକ 18 ବର୍ଷ ପୁରୁଣା ରେକର୍ଡ ସହିତ ସମାନ ଵୋଲି କୁହାଯାଇପାରେ ।

ପାଲାମ ଅବଜରଭେଟୋରୀ କିନ୍ତୁ ସର୍ବାଧିକ ତାପମାତ୍ରା 41.8 ଡିଗ୍ରୀ ସେଲସିୟସରେ ରେକର୍ଡ କରିଛି। ଯାହା ବୁଧବାର ଦିନ 47.2 ଡିଗ୍ରୀ ସେଲସିଅସରୁ ହ୍ରାସ ପାଇଛି। ଲୋଧି ରୋଡ୍ ଏବଂ ଆୟାନଗରର ପାଣିପାଗ କେନ୍ଦ୍ରଗୁଡିକ ସର୍ବାଧିକ ସର୍ବାଧିକ 38.4 ଡିଗ୍ରୀ ସେଲସିୟସ୍ ଏବଂ 40.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରିଛନ୍ତି ବୋଲି ଆଇଏମଡି କହିଛି। ଆଇଏମଡିର ଜାତୀୟ ପାଣିପାଗ ପୂର୍ବାନୁମାନ କରିିଛି।

ଏହାର ପ୍ରଭାବରେ, ପଶ୍ଚିମ ହିମାଳୟ ଅଞ୍ଚଳ (ଜମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍-ବାଲ୍ଟିସ୍ତାନ ଏବଂ ମୁଜାଫରବାଦ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ) ଏବଂ ଉତ୍ତର-ପଶ୍ଚିମ ଭାରତର ସମତଳ ଭୂମିରେ ବିସ୍ତୃତ ହୋଇ ବର୍ଷା / ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ସମାନ ଅବଧିରେ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେଵାର ସମ୍ଭାବନା ରହିଛି।

ପଶ୍ଚିମ ହିମାଳୟ ଅଞ୍ଚଳ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ 28 ରୁ 31 ମେ ମଧ୍ୟରେ ବଜ୍ରପାତ, କୁଆପଥର, ଘୂର୍ଣ୍ଣିବଳୟ ସୃଷ୍ଟି ହେଵ। ଏବଂ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ 28 ରୁ 30 ମେ ମଧ୍ୟରେ ଧୂଳିଝଡ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.