ETV Bharat / bharat

ଭାରତୀୟ ସେନାର ପାସିଙ୍ଗ ଆଉଟ୍ ପରେଡ, ସେନାକୁ ମିଳିବ 306 ଯବାନ୍ - ଭାରତୀୟ ସେନାର ପାସିଙ୍ଗ ଆଉଟ୍ ପାରେଡ

ଆଇଏମଏରେ ଅନୁଷ୍ଠିତ ହେଉଛି ପାସିଙ୍ଗ ଆଉଟ୍ ପରେଡ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଭାରତୀୟ ସେନାକୁ ମିଳିବେ 306 ଯବାନ୍ ।

IMA passing out parade in dehradun
ଭାରତୀୟ ସେନାର ପାସିଙ୍ଗ ଆଉଟ୍ ପାରେଡ
author img

By

Published : Dec 7, 2019, 10:22 AM IST

Updated : Dec 7, 2019, 11:58 AM IST

ଡେରାଡୁନ୍: ଭାରତୀୟ ମିଲିଟାରୀ ଏକଡେମୀ(ଆଇଏମଏ) ପକ୍ଷରୁ ପାସିଙ୍ଗ୍ ଆଉଟ ପରେଡ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏଥିପାଇଁ ଭାରତୀୟ ମିଲିଟାରୀ ଏକାଡେମୀରେ ସମସ୍ତ ପ୍ରସ୍ତୁତି ସରିଛି । ଅନ୍ୟପକ୍ଷେ ଏହି କାର୍ଯ୍ୟକ୍ରମର ଆରମ୍ଭ 29 ନଭେମ୍ବରରୁ ଆରମ୍ଭ ହୋଇସାରିଛି ।

କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ପହଞ୍ଚି ପ୍ରଥମେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ପାକିସ୍ତାନ 4ଟି ଯୁଦ୍ଧ କରିଥିଲା ଓ ସବୁଥିରେ ପରାସ୍ତ ହୋଇଥିଲା ବୋଲି କହିଛନ୍ତି ରାଜନାଥ ସିଂହ । ପାକିସ୍ତାନ କେବଳ ଆତଙ୍କାବାଦୀ ହିଁ ଗଠନ କରେ ଓ ଭାରତୀୟ ସୈନ୍ୟଙ୍କୁ ଆତଙ୍କବାଦ ବିରୋଧରେ ଲଢିବାକୁ ପଡିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଭାରତୀୟ ସେନାର ପାସିଙ୍ଗ ଆଉଟ୍ ପରେଡ

ଏହି ପାସିଙ୍ଗ୍ ପରେଡରେ 377 ଜେଣ୍ଟଲମ୍ୟାନ୍ କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇ ସେନା ଅଧିକାରୀ ହେବେ । ସେଥି ମଧ୍ୟରୁ 306ଜଣ ଭାରତୀୟ ସେନାରେ ସାମିଲ ହେବେ । ଆଉ ଅନ୍ୟ ପଡୋଶୀ ଦେଶର 71ଜଣ ନିଜ ଦେଶର ସେନାରେ ସାମିଲ ହେବେ । ଚଳିତ ବର୍ଷ ଉତ୍ତରାଖଣ୍ଡ ରାଜ୍ୟର 19ଜଣ ଯୁବକ ସେନାରେ ସାମିଲ ହେବେ । ଓଡିଶାରୁ ଜଣେ ଓ ଉତ୍ତରପ୍ରଦେଶର ସର୍ବାଧିକ 56 କ୍ୟାଡେଟ୍ ଉତ୍ତୀର୍ଣ୍ଣ ହେବେ ।

ଅନ୍ୟପକ୍ଷେ ପଡୋଶୀ ରାଜ୍ୟର କ୍ୟାଡେଟ୍ ମଧ୍ୟରୁ ଆଫଗାନିସ୍ତାନର ମଧ୍ୟ ସାମିଲ ଅଛନ୍ତି । ତେବେ ଏହା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଯାତାୟତକୁ ଧ୍ୟାନ ଦିଆଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟରରେ ଭାରତୀୟ ସେନାର ଏକ ଭିଡିଓ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି ।

ଗତ ନଭେମ୍ବର 24ରେ ହୋଇଥିବା 59ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସେନା ଦିବସ ବିଷୟରେ ଚର୍ଚ୍ଚା କରିଥିଲେ । ଏହାସହ ଦେଶବାସୀଙ୍କୁ ସେନା ପ୍ରତି ଭଲ ପାଇବା ସର୍ବଦା ରଖିବାକୁ ଅନୁରୋଧ କରିଥିଲେ ।

Intro:Body:

IMA passing out parade in dehradun

Conclusion:
Last Updated : Dec 7, 2019, 11:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.