ETV Bharat / bharat

IMAର ତଥ୍ୟ, ଏପ୍ରିଲ 15 ସୁଦ୍ଧା କୋରୋନାରେ 106 ଡାକ୍ତର ମୃତ - କୋରୋନା ଡାକ୍ତର ମୃତ

ଦେଶରେ କୋରୋନା ସ୍ଥିତି ସଂଘାତିକ ଥିବା ବେଳେ କୋରୋନା ୱାରିୟରଙ୍କୁ କୋରୋନା ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏକ ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନାରେ ଏପ୍ରିଲ 15 ପର୍ଯ୍ୟନ୍ତ କୋଭିଡ କାରଣରୁ ଭାରତରେ 106ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଇଣ୍ଡିଆ ମେଡିକାଲ ଆସୋସିଏସନର ଏହି ରିପୋର୍ଟ ପ୍ରଦାନ କରିଛି ।

IMAର ତଥ୍ୟ
IMAର ତଥ୍ୟ
author img

By

Published : Jul 7, 2020, 4:41 PM IST

ହାଇଦ୍ରାବାଦ: କିଲର କୋରୋନା କାଳରେ ସାରା ବିଶ୍ବ ଆତଙ୍କିତ । ଦିନକୁ ଦିନ କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗୁଛି । ଏପରିସ୍ଥଳେ ଭାରତ କୋରୋନା ସଂକ୍ରମଣ ଦେଶ ତାଲିକାର ତୃତୀୟ ସ୍ଥାନରେ । ଅନ୍ୟପଟେ ଦେଶରେ କୋରୋନା ସ୍ଥିତି ସଂଘାତିକ ଥିବା ବେଳେ କୋରୋନା ଯୋଦ୍ଧାଙ୍କୁ କୋରୋନା ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏକ ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନାରେ ଏପ୍ରିଲ 15 ପର୍ଯ୍ୟନ୍ତ କୋଭିଡ କାରଣରୁ ଭାରତରେ 106ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଇଣ୍ଡିଆ ମେଡିକାଲ ଆସୋସିଏସନର ଏହି ରିପୋର୍ଟ ପ୍ରଦାନ କରିଛି ।

ଆଇଏମଏର ରିପୋର୍ଟ ଅନୁସାରେ ଏହି ରୋଗର ମୃତ୍ୟୁ ହାର 6.1 ପ୍ରତିଶତ ରହିଛି । ଏଥିରେ 25 ଜଣ ନର୍ସ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଏହି ରୋଗରେ ପୀଡିତ ରହିଛନ୍ତି । ସଂକ୍ରମଣର ମାନସିକ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ସଡ଼କ ଦୁର୍ଘଟଣାରେ ଦୁଇ ନର୍ସ ଏବଂ ଦୁଇ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟକୁ ମଧ୍ୟ ଏଥିରେ ମିଶାଯାଇଛି । ସେହିପରି 5 ଜଣ ନର୍ସ ଏବଂ ଜଣେ ଡାକ୍ତର ମଧ୍ୟ କୋରୋନା କାଳରେ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଛନ୍ତି ।

ସେମାନଙ୍କ ମଧ୍ୟରୁ କେତେ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ପରିବାର ସଦସ୍ୟଙ୍କ ଯତ୍ନ ଅବହେଳେ କାରଣରୁ ମୃତ୍ୟୁ ବରଣ କରିଥିଲେ । ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଡାକ୍ତରମାନେ ପିପିଇ କିଟ୍, ଗ୍ଲୋଭସ୍, ଫେସ୍ ସିଲ୍ଡ ଏବଂ ଅନ୍ୟାନ୍ୟ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ପାଇ ନ ଥିବା ବେଳେ କୋରୋନା ସଂକ୍ରମିତ ହୋଇଥିଲେ।

ଚିକିତ୍ସାକର୍ମୀଙ୍କ ଏହି ମୃତ୍ୟୁ ପଛରେ ହଠାତ୍ ଏବଂ କୌଣସି ରୋଗ ପରିଲକ୍ଷିତ ନହୋଇ ପରେ ଲକ୍ଷଣ ପ୍ରକାଶ ପାଇଥିଲା । ଏଥିରେ 40 ବର୍ଷରୁ କମ୍ ବୟସର ମୃତ୍ୟୁ 21 ପ୍ରତିଶତ, 50 ବର୍ଷରୁ କମ୍ 29.6 ପ୍ରତିଶତ ଏବଂ 60 ବର୍ଷରୁ କମ୍ 55.5 ପ୍ରତିଶତ ରହିଥିବା ସୂଚନା ରହିଛି ।

ଏପ୍ରିଲ୍ 29 ପର୍ଯ୍ୟନ୍ତ ଆଇଏମଏ ତଥ୍ୟରୁ ଜଣାପଡିଛି ଯେ, କୋରୋନାରେ ରେ 927 ଡାକ୍ତର ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 57 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ତଥ୍ୟରେ କ୍ଷୁଦ୍ର ଘରୋଇ ଡାକ୍ତରଖାନା ଏବଂ ନର୍ସିଂହୋମ, ସାଧାରଣ ଚିକିତ୍ସକ ଏବଂ ସ୍ଥାନଗୁଡିକ ଅନ୍ତର୍ଭୁକ୍ତ ନୁହେଁ । ସହକର୍ମୀ ଏବଂ ମେଡିକାଲ୍ ଆସୋସିଏସନ୍ ସହାୟତାରେ ତଥ୍ୟ ସଂଗ୍ରହର ବ୍ୟାପକ କାର୍ଯ୍ୟ ଡା. ରାଜୀବ ଜୟଦେବନଙ୍କ ଦ୍ବାରା କରାଯାଇଥିଲା। ତଥ୍ୟ ଦର୍ଶାଇଛି ଯେ ଯୁବ ଡାକ୍ତରମାନେ ମଧ୍ୟ କୋରୋନାରେ କବଳିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.