ETV Bharat / bharat

‘କଂଗ୍ରେସ ମୋ ଦଳ ନୁହେଁ, ମୁଁ ମନ୍ତବ୍ୟ ଦେବା ଅନୁଚିତ’ - Congress affairs

କଂଗ୍ରେସର ଦେଖାଦେଇଥିବା ଅଦିନିଆ ନେତୃତ୍ବ ପରିବର୍ତ୍ତନର ଘୂର୍ଣ୍ଣିଝଡ଼ ବିଷୟରେ ମାପିଚୁପି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ କଳିରେ ମୁଁ ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ସିନ୍ଧିଆ । ଅଧିକ ପଢନ୍ତୁ..

‘କଂଗ୍ରସ ମୋ ଦଳ ନୁହେଁ, ମୁଁ ମନ୍ତବ୍ୟ ଦେବା ଅନୁଚିତ’

author img

By

Published : Aug 25, 2020, 7:33 PM IST

Updated : Aug 26, 2020, 1:42 PM IST

ନାଗପୁର: କଂଗ୍ରେସର ଦେଖାଦେଇଥିବା ଅଦିନିଆ ନେତୃତ୍ବ ପରିବର୍ତ୍ତନର ଘୂର୍ଣ୍ଣିଝଡ଼ ବିଷୟରେ ମାପିଚୁପି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ କଳିରେ ମୁଁ ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ସିନ୍ଧିଆ । "ଏହା କଂଗ୍ରେସର ଆଭ୍ୟନ୍ତରୀଣ ବିଷୟ ଏବଂ ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ। ମୁଁ ଜଣେ ବିଜେପି କର୍ମୀ ଏବଂ ଅନ୍ୟ କୌଣସି ରାଜନୈତିକ ଦଳର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମନ୍ତବ୍ୟ ଦେବା ଉପଯୁକ୍ତ ହେବ ନାହିଁ ବୋଲି କହିଛନ୍ତି ସିନ୍ଧିଆ ।

ମହାରାଷ୍ଟ୍ରର ମହଲ ଅଞ୍ଚଳରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ପ୍ରତିଷ୍ଠାତା କେଶବ ବଳିରାମ ହେଡଗୱାରଙ୍କ ବାସଭବନକୁ ପରିଦର୍ଶନରେ ଯାଇଥିଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଙ୍ଗଳବାର ସକାଳେ ନାଗପୁରରେ ପହଞ୍ଚିବା ପରେ ସିନ୍ଧିଆ ହେଡଗୱାରଙ୍କ ବାସଭବନକୁ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ସିନ୍ଧିଆ କହିଛନ୍ତି, ହେଡଗେୟାରଙ୍କ ବାସଭବନ ଲୋକଙ୍କ ପାଇଁ ପ୍ରେରଣା ସ୍ଥାନ ଏବଂ ହେଡଗେୟାରଙ୍କ ଆଦର୍ଶ ରାଷ୍ଟ୍ରୀୟ ହିନ୍ଦୁ ସମାଜ ପାଇଁ ମହାନ ପ୍ରେରଣା ବୋଲି ପ୍ରକାଶ କରିଛନ୍ତି ସିନ୍ଧିଆ ।

ସେହିପରି ସେ କହିଛନ୍ତି "ଡକ୍ଟର ହେଡଗୱାର ଆରଏସଏସ ଗଠନ କରିଛନ୍ତି, ଯାହା ଦେଶ ପାଇଁ ଉତ୍ସର୍ଗୀକୃତ। ତାଙ୍କର ଏହି ବାସଭବନ ଏହାକୁ ଦେଖୁଥିବା ଲୋକଙ୍କ ପାଇଁ ପ୍ରେରଣା ସ୍ଥାନ ଅଟେ। ଏହି ସ୍ଥାନ ଜାତିର କାରଣ ପାଇଁ ଶକ୍ତି ନିର୍ଗତ କରିଥାଏ ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ ।

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ପୁଣି ଥରେ ଦଳର ଆସନରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ହାଇକମାଣ୍ଡକୁ ଦଳର ଶୀର୍ଷ ନେତୃତ୍ବ ଚିଠି ଲେଖିବା ଏବଂ ତାହା ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଦଳ ଭିତରେ ସୃଷ୍ଟି କରିଥିଲା ଅଦିନିଆ ଅସନ୍ତୋଷ । ଏହି ପ୍ରସଙ୍ଗରେ ସାମ୍ବାଦିକ ମାନେ ସିନ୍ଧିଆଙ୍କୁ ପଚାରିଥିବା ପ୍ରଶ୍ନରେ କୌଣସି ମନ୍ତବ୍ୟ ନରଖି ଏଡ଼ାଇ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 26, 2020, 1:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.