ନୂଆଦିଲ୍ଲୀ: କୋରୋନା ବ୍ୟାପକତାକୁ ଦୃଷ୍ଟିରେ ରଖି ଏବେ ପ୍ରାୟ ସମସ୍ତ ରାଜ୍ୟରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ହେଲେ ଏହି ସମୟରେ ବଜାରରେ ବହୁ ଅଧିକ ଟଙ୍କାରେ ମାସ୍କ ମିଳୁଛି । ଯାହା ଜଣେ ସାଧାରଣ ଲୋକ ପାଇଁ ସକ୍ଷମ ନୁହଁ । ତେଣୁ ସେ ଏଥିରୁ ବଞ୍ଚିତ ହେବା ବାଧ୍ୟ ହେଉଛି ।
ଏହାକୁ ଦୃଷ୍ଟିରେ ରଖି ଆଇଆଇଟି-ଦିଲ୍ଲୀର ଆସିଷ୍ଟାଣ୍ଡ ପ୍ରଫେସର ବିପିନ କେଆର 'କବଚ' ମାସ୍କ ବିକଶିତ କରିଛନ୍ତି । ସେ କହିଛନ୍ତିଯେ, ଏହା ସ୍ୱଦେଶୀ ବୟନ ପ୍ରଯୁକ୍ତିବିଦ୍ୟା ସହିତ ବିକଶିତ କରାଯାଇପାରିବ। ଏହାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସହଜରେ ବୃଦ୍ଧି କରାଯାଇପାରିବ ।
ତେବେ ସାଧାରଣ ଲୋକଙ୍କ କଥା ନଜରରେ ରଖି ଏହାର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ତେଣୁ ପ୍ରତ୍ୟେକଟି ମାସ୍କର ମୂଲ୍ୟ 45 ଟଙ୍କା ରଖାଯାଇଛି। ଏହି ମାସ୍କ ସୁରକ୍ଷିତ ଓ ଶସ୍ତା ଅଟେ ।
ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ 17 ହଜାର 375 ଥିବାବେଳେ, 560 ଜଣଙ୍କର ପ୍ରାଣହାନୀ ଘଟିଛି । ଏବଂ 2 ହଜାର 859 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।