ETV Bharat / bharat

ଦେଶବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ଆଡଭାଇଜରି ଜାରି କଲା ବମ୍ବେ IIT

author img

By

Published : Jan 29, 2020, 11:47 PM IST

ଆଇଆଇଟି ବମ୍ବେ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରି । କୌଣସି ଦେଶବିରୋଧୀ କିମ୍ବା ଅସାମାଜିକ କାର୍ଯ୍ୟରେ ସାମିଲ ନହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ...

IIT Bombay
ଫାଇଲ ଫଟୋ

ମୁମ୍ବାଇ: ଆଇଆଇଟି ବମ୍ବେ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରି । କୌଣସି ଦେଶବିରୋଧୀ କିମ୍ବା ଅସାମାଜିକ କାର୍ଯ୍ୟରେ ସାମିଲ ନହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦିଆଯାଇଛି । ପ୍ରାୟ 15ଟି ସତର୍କତାମୂଳକ ସୂଚୀ ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଇ-ମେଲକୁ ପଠାଯାଇଛି ।

ଏଥିରେ ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ କୌଣସି ବିରୋଧ ପ୍ରଦର୍ଶନ କିମ୍ବା ଆନ୍ଦୋଳନରେ ଭାଗ ନେବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କିନ୍ତୁ ପ୍ରଶାସନ କେଉଁ ଗତିବିଧିକୁ ଆଣ୍ଟି ନ୍ୟାସନାଲ କିମ୍ବା ଅସାମାଜିକ କହୁଛି ସେ ନେଇ କୌଣସି ମତ ପ୍ରକାଶ କରାଯାଇନାହିଁ । ଇ-ମେଲରେ ହଷ୍ଟେଲ ନିୟମକୁ ମାନିବାକୁ କୁହାଯାଇଥିବା ବେଳେ ଅସାମାଜିକ କାର୍ଯ୍ୟ ନକରିବା ପାଇଁ ଚେତାବନୀ ଦିଆଯାଇଛି ।

ମେଲ ଅନୁସାରେ, ବିନା ହଷ୍ଟେଲ କାଉନସିଲରଙ୍କ ଅନୁମତିରେ ଛାତ୍ରଛାତ୍ରୀ କୌଣସି ପୋଷ୍ଟର କିମ୍ବା ପାମ୍ପଲେଟ୍ ହଷ୍ଟେଲରେ ବାଣ୍ଟି ପାରିବେ ନାହିଁ । ଏହାସହ କୌଣସି ଭାଷଣ, ଗୀତ, ନାଟକ, ଯାହା ହଷ୍ଟେଲର ବାତାବରଣକୁ ଅଶାନ୍ତ କରୁଥିବ ସେପରି ନାକରିବାକୁ କୁହାଯାଇଛି ।

ଅନ୍ୟପକ୍ଷେ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ଛାତ୍ରଙ୍କୁ ସମ୍ବୋଧିତ କରି କ୍ୟାମ୍ପସ ମଧ୍ୟରେ ରାଜନୀତି ନକରିବାକୁ କୁହାଯାଇଛି । ଏହାସହ ଯେଉଁମାନେ କ୍ୟାମ୍ପସ ବାହାରେ ଯାଇ ପ୍ରତିବାଦ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ବିଶ୍ବବିଦ୍ୟାଳୟର ନା ମଧ୍ୟ ନନେବା ପାଇଁ କହିଛନ୍ତି ସେ । ଆଇଆଇଟି ବମ୍ବେ ସରକାରଙ୍କ ଦ୍ବାରା ଆସୁଥିବା ପବ୍ଲିକ ଫଣ୍ଡରୁ ପରିଚାଳିତ ହେଉଛି ତେଣୁ ଏଠି ରାଜନୀତିର କୌଣସି ସ୍ଥାନ ନାହିଁ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଅନ୍ୟପକ୍ଷେ ବିଶ୍ବବିଦ୍ୟାଳୟ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି ଓ ଏହାର ସମର୍ଥନରେ 1000 ଛାତ୍ରଛାତ୍ରୀ ସ୍ବତନ୍ତ୍ରତା ଦିବସ ଦିନ ରାଲି ମଧ୍ୟ କରିଥିଲେ । ପ୍ରକାଶଥାଉକି, କିଛି ଦିନ ପୂର୍ବେ ଆଇଆଇଟି ବମ୍ବେର ଛାତ୍ରଛାତ୍ରୀ ଜାମିୟା ଓ ଜେଏନୟୁ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.