ETV Bharat / bharat

IIT ଆଲୁମିନି ପରିଷଦ ଓ CSIR-IGIM ମଧ୍ୟରେ ଚୁକ୍ତିନାମା, କୋଭିଡ-19 ତଥ୍ୟକୁ କରିବେ ବିଶ୍ଲେଷଣ - IIT ଆଲୁମିନି ପରିଷଦ

କୋଭିଡ-19 ଓ ରୋଗୀ ତଥ୍ୟ ବିଶ୍ଳେଷଣ ଉପରେ ମିଳିତ ଭାବରେ ଅନୁସନ୍ଧାନ କରିବ ଆଇଆଇଟି ଆଲୁମିନି ପରିଷଦ ଓ CSIRର ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (CSIR-IGIB) । ଏନେଇ ଉଭୟ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ।

IIT  ଆଲୁମିନି ପରିଷଦ ଓ CSIR-IGIM ମଧ୍ୟରେ ଚୁକ୍ତିନାମା

author img

By

Published : Jul 9, 2020, 12:44 PM IST

ନୂଆଦିଲ୍ଲୀ: କୋଭିଡ-19 ଓ ରୋଗୀ ତଥ୍ୟ ବିଶ୍ଳେଷଣ ଉପରେ ମିଳିତ ଭାବରେ ଅନୁସନ୍ଧାନ କରିବ ଆଇଆଇଟି ଆଲୁମିନି ପରିଷଦ ଓ CSIRର ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (CSIR-IGIB) । ଏନେଇ ଉଭୟ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ପ୍ରକାଶଥାଉକି, ପରିଷଦ ବିଶ୍ବର ସର୍ବବୃହତ ମଲିକୁଲାର ଡାଇଗ୍ନୋଷ୍ଟିକ୍ ଲ୍ୟାବ ‘ମେଗା ଲ୍ୟାବ ମୁମ୍ବାଇ’ ପ୍ରତିଷ୍ଠା କରୁଛି।

ବୁଧବାର ଜାରି କରାଯାଇଥିବା ବୟାନ ଅନୁଯାୟୀ ପରିଷଦ 8,500 ରୁ ଅଧିକ ରୋଗୀଙ୍କ ଫଟୋ ଭିତ୍ତିକ ତଥ୍ୟ ହସ୍ତାନ୍ତର କରିଛି । ଏହି ରୋଗୀ ୱାର୍ଲିର ନ୍ୟାସନାଲ ସ୍ପୋର୍ଟସ କ୍ଲବ ଅଫ ଇଣ୍ଡିଆର କୋଭିଡ କେୟାର ଫାସିଲିଟିରେ ଭର୍ତ୍ତି ହୋଇଥିଲେ। ଆଇଆଇଟି ଆଲୁମିନି ପରିଷଦର ସଭାପତି ରବି ଶର୍ମା କହିଛନ୍ତି ଯେ ଏହି ସହଭାଗିତା କେବଳ ବିଶ୍ବର ଅଗ୍ରଣୀ ପରୀକ୍ଷଣ ଓ ଚିକିତ୍ସା ଇକୋସିଷ୍ଟମ ସୃଷ୍ଟି କରିବ ନାହିଁ ବରଂ ବିଶ୍ବର ଡାଟା ଲିଡରସିପକୁ ମଧ୍ୟ ଆଗକୁ ନେବ ।

ମେ ମାସର ଶେଷ ଭାଗରେ ପରିଷଦ ଏକ କୋଟି ପରୀକ୍ଷା କରିବାର କ୍ଷମତା ସହିତ ବିଶ୍ବର ସର୍ବବୃହତ ଭାଇରୋଲୋଜି ଲ୍ୟାବ ପରୀକ୍ଷା କେନ୍ଦ୍ର ଆରମ୍ଭ କରିବାକୁ ଘୋଷଣା କରିଥିଲା। ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ପରୀକ୍ଷା କରିବାର କ୍ଷମତା ଥିବା ଲ୍ୟାବ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତୁତ ହେବ । ଆଇଆଇଟି ଆଲୁମିନି ପରିଷଦ ହେଉଛି ସମସ୍ତ 23 ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ବୈଷୟିକ ପ୍ରତିଷ୍ଠାନର ସର୍ବବୃହତ ଆଲୁମିନି, ଛାତ୍ର ଓ ଅଧ୍ୟାପକ ସଂସ୍ଥା । ସାମାଜିକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଗତ ବର୍ଷ ଏହାକୁ ଗଠନ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.