ETV Bharat / bharat

କୋଭିଡ୍ 19 ଯୁଦ୍ଧରେ ପିଏମ କେୟାର୍ସ ପାଣ୍ଠିକୁ ଇଫକୋ୍ ଦେବ 25 କୋଟି

author img

By

Published : Mar 31, 2020, 5:14 PM IST

କୋଭିଡ୍ 19 ସହ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ପାଣ୍ଠି ବା ପିଏମ କେୟାର୍ସ ପାଣ୍ଠିକୁ 25 କୋଟି ଦାନ କରିବାକୁ ନିଷ୍ପତ୍ତି ନେଇଛି ଇଫକୋ୍। ଅଧିକ ଖବର ପଢନ୍ତୁ...

IFFCO
କୋଭିଡ୍ 19 ଯୁଦ୍ଧରେ ପିଏମ କେୟାର ପାଣ୍ଠିକୁ ଇଫକୋ୍ ଦେବ 25 କୋଟି

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କାୟା ମେଲାଇଛି କୋରୋନା। 199ଟି ଦେଶକୁ କବଜ୍ଜା କରି ରଖିଛି ଏହି ମାରାତ୍ମକ ମହାମାରୀ। ତେବେ ଏହା ସହ କଡା ମୁକାବିଲା କରିବା ପଇଁ ସରକାର ଦୃଢ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ଏହି ସମୟରେ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି ବିଭିନ୍ନ ସ୍ତରର ଲୋକେ। ସେ ନେତା ଠାରୁ ଆରମ୍ଭ କରି ଅଭିନେତା । ତେବେ ପୂର୍ବରୁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ, ବଲିଉଡ୍ ବ୍ୟକ୍ତି ବିଶେଷ, କ୍ରୀଡା ଜଗତର କିଛି ଜଣାଶୁଣା ଚେହେରା ଏହି ଲିଷ୍ଟରେ ସାମିଲ ଅଛନ୍ତି ।

ସୂଚନା ଥାଉକି, କୋଭିଡ୍ 19 ସହ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ପାଣ୍ଠି ବା ପିଏମ କେୟାର୍ସ ପାଣ୍ଠିକୁ 25 କୋଟି ଦାନ କରିବାକୁ ନିଷ୍ପତ୍ତି ନେଇଛି ଇଫକୋ୍। ଭାରତର ବିଭିନ୍ନ ଗ୍ରାମର ତୃଣମୂଳ ସ୍ତରରୁ ଲୋକଙ୍କୁ ଉତ୍ସାହିତ କରି ପାଣ୍ଠି ସଂଗ୍ରହ କରି ଏହାକୁ ପ୍ରଧାନମନ୍ତ୍ରୀ ପାଣ୍ଠିରେ ଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଖବର ଥାଉକି, ଏବେ ବିଶ୍ବରେ କୋଭିଡ୍ 19 ରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ 7 ଲକ୍ଷରୁ ଉର୍ଦ୍ଧ୍ବ ଥିବା ବେଳେ ମୃତକଙ୍କ ସଂଖ୍ୟା 35 ହଜାରରେ ପହଞ୍ଚିଛି। ତେବେ ଭାରତରେ ସରକାରୀ ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା 1251 ଥିବା ବେଳେ ମୃତ ସଂଖ୍ୟା 32ରେ ପହଞ୍ଚିଛି। ଏହାସହ 24 ଘଣ୍ଟାରେ 227 ନୂଆ ମାମଲା ସାମ୍ନାକୁ ଆସିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.