ETV Bharat / bharat

ଆପଣ ବି ମୋଦିଙ୍କ ସହ କରିପାରିବେ ଚାଏ ପେ ଚର୍ଚ୍ଚା...

ମୋଦିଙ୍କ ସହ ଚା ପିଇବାର ମଜ୍ଜା ନେବା ଏବେ ବହୁତ ସହଜ । ଏନେଇ ଖୋଦ ପ୍ରଧାନମନ୍ତ୍ରୀ ଏକ ସ୍କିମ ପ୍ରସ୍ତୁତ କରିଛନ୍ତି । ଯଦି ଆପଣ ଜଣେ ଇନକମ ଟ୍ୟାକ୍ସ ଅଫିସର ଓ ଠିକ୍ ସମୟରେ ଟ୍ୟାକ୍ସ ପେମେଣ୍ଟ କରୁଛନ୍ତି ତେବେ ମୋଦିଙ୍କ ସହ ଚା ପିଇବାର ଇଚ୍ଛା ପୂରଣ ହୋଇପାରିବ ।

author img

By

Published : Jun 5, 2019, 2:47 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶ ବିଦେଶରେ ତାଙ୍କର ଖଚାଖଚ ଫ୍ୟାନ। ବଲିଉଡ ରୁ ହଲିଉଡ ସବୁଠୁ ରହିଛି ତାଙ୍କର କ୍ରେଜ । କେତେବେଳେ ସେ ଚା' ବିକାଳୀ ତ ଆଉ କେତେବେଳେ ଚୌକିଦାର । ସେ ଆଉ କେହି ନୁହଁନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କ ସହ ଚା' କପର ମଜା ନେବା ଏବେ ବହୁତ ସହଜ ।

ଏନେଇ ଖୋଦ ପ୍ରଧାନମନ୍ତ୍ରୀ ଏକ ସ୍କିମ ପ୍ରସ୍ତୁତ କରିଛନ୍ତି । ଏହି ସ୍କିମ ଟ୍ୟାକ୍ସ ପେୟର ମାନଙ୍କୁ ଉତ୍ସାହିତ କରିବା ପାଇଁ କରାଯାଇଛି । ଯଦି ଆପଣ ଜଣେ ଇନକମ ଟ୍ୟାକ୍ସ ଅଫିସର ଓ ଠିକ୍ ସମୟରେ ଟ୍ୟାକ୍ସ ପେମେଣ୍ଟ କରୁଛନ୍ତି ତେବେ ମୋଦିଙ୍କ ସହ ଚା ପିଇବାର ଇଚ୍ଛା ପୂରଣ ହୋଇପାରିବ ।

ମିଳିଥିବା ସୂଚନା ଅନୁସାରେ, ଦେଶର ଉନ୍ନତି କରିବା ଦିଗରେ କରଦାତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କରଦାତାଙ୍କୁ ଉତ୍ସାହିତ କରିବା ପାଇଁ ଏପରି ଏକ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ପ୍ଲାନରେ କେବଳ ମୋଦି ନୁହଁନ୍ତି, ଯଦି ଅଧିକ ଟ୍ୟାକ୍ସ ଦେଉଛନ୍ତି ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମଧ୍ୟ ଚା କପର ମଜା ନେଇପାରିବେ ।

ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଏକ ଟି ଡିସକ୍ସନର ସୁଯୋଗ ପାଇବା ପରେ କରଦାତା କାର୍ଯ୍ୟପ୍ରତି ଉତ୍ସାହିତ ହେବେ । ଖବର ଅନୁସାରେ , ମୋଦି ସରକାର ଟ୍ୟାକ୍ସ ସିଷ୍ଟମକୁ ପ୍ରଗତିଶୀଳ କରିବାକୁ ଚାହୁଁଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଅତ୍ୟଧିକ ଟ୍ୟାକ୍ସ ପୈଠ କରୁଥିବା ବ୍ୟକ୍ତି ସରକାରଙ୍କ ତରଫରୁ ଏକ ଆପ୍ରାଇଜାଲ ସାର୍ଟିଫିକେଟ ପାଇବେ । ଏହି ପ୍ଲାନଟି ଚଳିତ ଜୁଲାଇ ମାସ ବଜେଟ ଉପସ୍ଥାପନ ସମୟରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.