ETV Bharat / bharat

ରାଜ୍ୟ ବାହାରେ ମୃତ୍ୟୁ ହେଲେ କର୍ଣ୍ଣାଟକ ଅଣାଯିବ ନାହିଁ ମୃତଦେହ: ୟେଦ୍ୟୁରପ୍ପା

ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯଦି ରାଜ୍ୟର କୌଣସି ବ୍ୟକ୍ତି ଅନ୍ୟ ରାଜ୍ୟରେ ମୃତ୍ୟୁ ବରଣ କରେ ତେବେ ମୃତଦେହ କର୍ଣ୍ଣାଟକକୁ ଅଣାଯିବ ନାହିଁ । ଅଧିକ ପଢନ୍ତୁ...

if-someone-dies-in-another-state-body-shall-not-be-brought-to-karnataka-yediyurappa
ରାଜ୍ୟ ବାହାରେ ମୃତ୍ୟୁହେଲେ ମୃତଦେହ କର୍ଣ୍ଣାଟକ ଅଣାଯିବ ନାହିଁ: ୟେଦିୟୁରପ୍ପା
author img

By

Published : May 11, 2020, 12:23 PM IST

ବେଙ୍ଗାଲୁରୁ: ମହାମାରୀ କୋରୋନାର ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ କର୍ଣ୍ଣାଟକ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ରାଜ୍ୟ ବାହାରେ ମୃତ୍ୟୁବରଣ କରିବେ ସେମାନଙ୍କ ମୃତଦେହ କର୍ଣ୍ଣାଟକକୁ ଅଣାଯିବ ନାହିଁ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା କହିଛନ୍ତି।

if-someone-dies-in-another-state-body-shall-not-be-brought-to-karnataka-yediyurappa
ରାଜ୍ୟ ବାହାରେ ମୃତ୍ୟୁହେଲେ ମୃତଦେହ କର୍ଣ୍ଣାଟକ ଅଣାଯିବ ନାହିଁ: ୟେଦିୟୁରପ୍ପା

ଯଦି କର୍ଣ୍ଣାଟକର କେହି ଅନ୍ୟ ରାଜ୍ୟରେ ମୃତ୍ୟୁବରଣ କରେ ତେବେ ମୃତଦେହ କର୍ଣ୍ଣାଟକକୁ ଅଣାଯିବ ନାହିଁ । ଯେଉଁଠାରେ ମୃତ୍ୟୁବରଣ କରିବେ ସେଠାରେ ସେମାନଙ୍କର ଶେଷ ରୀତିନୀତି କରାଯିବ | ବାହାର ରାଜ୍ୟରେ ଥିବା ପ୍ରବାସୀ ମାନଙ୍କୁ ସୁବିଧା ଅନୁଯାୟୀ କର୍ଣ୍ଣାଟକ ଆସିବାକୁ ଅନୁମତି ଦିଆଯିବ । ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କୁ ପହଞ୍ଚିବା ପରେ ନିଜ ଗାଁକୁ ଫେରିବାକୁ ଦିଆଯିବ ନାହିଁ । ଏହା ବଦଳରେ ସେମାନଙ୍କୁ ଗାଁ ବାହାରେ 14 ଦିନିଆ କ୍ବାରେଣ୍ଟାଇନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି କେବଳ ଯେଉଁମାନେ କ୍ବାରେଣ୍ଟାଇନ କରିବାକୁ ପ୍ରସ୍ତୁତ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ସେମାନଙ୍କ ନାମ ପଞ୍ଜିକରଣ କରିବା ବାଧ୍ୟତାମୂଳକ । ଅନ୍ୟ ରାଜ୍ୟରେ କୋରୋନା ପରୀକ୍ଷା ହୋଇଥିଲେ ମଧ୍ୟ ସେମାନଙ୍କୁ ରାଜ୍ୟରେ କୋରୋନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.