ETV Bharat / bharat

‘ମୋଦି ପୁଣିଥରେ କ୍ଷମତାକୁ ଆସିଲେ ରାହୁଲ ଦାୟୀ’

କେନ୍ଦ୍ରରେ ପୁଣି ଥରେ ବିଜେପି କ୍ଷମତାକୁ ଆସିଲେ ଏଥିପାଇଁ ଦାୟୀ କେବଳ ରାହୁଲ ଗାନ୍ଧୀ ହେବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

author img

By

Published : May 10, 2019, 8:02 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପିଏମ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ନାରାଜ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ମୋଦିଙ୍କୁ ହରାଇବା ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ କେଜରିୱାଲ । କିନ୍ତୁ କଂଗ୍ରେସର ଦୋମୁହାଁ ନୀତି ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ । ଏନେଇ ସେ ଆଗରୁ ମଧ୍ୟ କଂଗ୍ରସକୁ ଟାର୍ଗେଟ କରିଆସୁଥିବା ବେଳେ ଆଜି ପୁଣି ଥରେ କଂଗ୍ରସ ଉପରେ ବର୍ଷିଛନ୍ତି କେଜରିୱାଲ । କେନ୍ଦ୍ରରେ ପୁଣି ଥରେ ବିଜେପି କ୍ଷମତାକୁ ଆସିଲେ, ଏଥିପାଇଁ ଦାୟୀ କେବଳ ରାହୁଲ ଗାନ୍ଧୀ ହେବେ ବୋଲି ସେ କହିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, କେବଳ କଂଗ୍ରସର ଭୁଲ ପାଇଁ ବିଜେପି ଦ୍ବିତୀୟ ଥର କ୍ଷମତା ହାସଲ କରିବ । ଉତ୍ତର ପ୍ରଦେଶରେ ସପା-ବସପା, କେରଳରେ ବାମ ଦଳ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ଆନ୍ଧ୍ର ପ୍ରଦେଶରେ ଟିଡିପି ଏବଂ ଦିଲ୍ଲୀରେ ଆପକୁ କ୍ଷତି ପହଞ୍ଚାଉଛି କଂଗ୍ରେସ । ଯଦି ନରେନ୍ଦ୍ର ମୋଦି ପୁଣି କ୍ଷମତା ହାସଲ କରିବେ ତ ଏହାର ଦୋଷୀ କେବଳ ରାହୁଲ ଗାନ୍ଧୀ ହେବେ ବୋଲି ସେ କହିଛନ୍ତି ।

କଂଗ୍ରେସ ସମସ୍ତଙ୍କ କାମ ବିଗାଡୁଛି ବୋଲି ମଧ୍ୟ ସେ କହିଛନ୍ତି । ଏଭଳି ଲାଗୁଛି ଯେପରି କଂଗ୍ରେସ ବିଜେପି ବିରୁଦ୍ଧରେ ନୁହେଁ ବରଂ ବିଜେପି ସପକ୍ଷରେ ନିର୍ବାଚନ ଲଢୁଛି । ଏହି ପରୀପେକ୍ଷୀରେ ଦେଖି ଚାହିଁ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି କେଜରୀୱାଲ ।

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.