ETV Bharat / bharat

ଧର୍ମେନ୍ଦ୍ର ହେବେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ! - amit-shah

ଯଦି ମୋଦି କ୍ୟାବିନେଟ୍‌ରେ ଅମିତ ଶାହଙ୍କ ଏଣ୍ଟ୍ରି ହୁଏ, ତାହେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଶାହଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଫାଇଲ ଫଟୋ
author img

By

Published : May 28, 2019, 9:37 AM IST

Updated : May 28, 2019, 10:26 AM IST

ନୂଆଦିଲ୍ଲୀ: ମୋଦିଙ୍କ ନୂଆ ସରକାରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକା କ'ଣ ରହିବ ? ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ହିଁ ରହିବେ ନା ମୋଦି କ୍ୟାବିନେଟ୍‌ରେ ତାଙ୍କୁ ଏଣ୍ଟ୍ରି ମିଳିବ ? ଯଦି ମୋଦି କ୍ୟାବିନେଟ୍‌ରେ ଶାହଙ୍କ ଏଣ୍ଟ୍ରି ହୁଏ, ତା ହେଲେ କିଏ ହେବ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଏ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ତେବେ ଏହି ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ଶାହଙ୍କ ସ୍ଥାନ ଧର୍ମେନ୍ଦ୍ର କିମ୍ବା ନଡ୍ଡାଙ୍କ ମଧ୍ୟରୁ ଜଣେ କେହି ନେଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ବିଜେପି ବର୍ତ୍ତମାନ 'ଏକ ବ୍ୟକ୍ତି- ଏକ ପଦ'ର ସିଦ୍ଧାନ୍ତରେ କାର୍ଯ୍ୟ କରୁଛି । ତେଣୁ ଶାହ ଯଦି ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ତାଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡିବାକୁ ପଡିବ । ଏହି ପରିପେକ୍ଷୀରେ ଶାହଙ୍କ ଅଧ୍ୟକ୍ଷ ପଦ ପାଇଁ କୌଣସି ଟାଣୁଆ ଏବଂ ବିଚକ୍ଷଣ ନେତାଙ୍କୁ ତାଙ୍କ ଦାୟିତ୍ବ ହସ୍ତାନ୍ତର କରାଯିବ । ତେବେ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ଜେ.ପି ନଡ୍ଡାଙ୍କୁ ଅଧ୍ୟକ୍ଷ ପଦ ଦିଆ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଯୋଗ୍ୟ ଯେ, ଅମିତ୍‌ ଶାହ ଅଧ୍ୟକ୍ଷ ପଦ ସମ୍ଭାଳିବା ପର ଠାରୁ ବିଜେପିର ଯେପରି ଭାଗ୍ୟ ବଦଳି ଯାଇଛି । ସେ ଅଧ୍ୟକ୍ଷ ହେବା ପରେ ପ୍ରତ୍ୟକ ସ୍ତରର ନିର୍ବାଚନରେ ବିଜେପି ସଫଳତା ସାଉଣ୍ଟୁଛି । ଶାହଙ୍କ ନେତୃତ୍ବରେ ଦଳ ନଗର ନିଗମ, ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ରେକର୍ଡଭଙ୍ଗା ପ୍ରଦର୍ଶନ କରୁଛି । ଏଭଳି ସ୍ଥିତିରେ ଶାହଙ୍କ ବିକଳ୍ପ ଖୋଜିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ ନିଶ୍ଚିତ ।

Intro:Body:

fghfg

Conclusion:
Last Updated : May 28, 2019, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.