ଗୌହାଟୀ: ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବ ସାରମାଙ୍କ ବଡ ବୟାନ। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ଯଦି ତାଙ୍କ ଦଳ କ୍ଷମତାକୁ ଫେରିବ ତେବେ ପରବର୍ତ୍ତୀ ସରକାର 'ଲଭ୍ ଜିହାଦ୍' ବିରୋଧରେ କଡା ଲଢେଇ ଆରମ୍ଭ କରିବେ ବୋଲି ସେ ରବିବାର କହିଛନ୍ତି । ସୂଚନା ଅନୁସାରେ, 126 ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭା ପାଇଁ ମାର୍ଚ୍ଚ-ଏପ୍ରିଲ 2021ରେ ନିର୍ବାଚନର ଅନୁଷ୍ଠିତ କରାଯିବ।
ଆସାମରରେ ଲଭ୍ ଜିହାଦ୍ ବିରୋଧରେ ଆମକୁ ଏକ ନୂତନ ତଥା କଠୋର ଲଢେଇ ଆରମ୍ଭ କରିବାକୁ ପଡିବ। ଯଦି ବିଜେପି ପୁନର୍ବାର କ୍ଷମତାକୁ ଆସେ ତେବେ ଆମେ ନିଷ୍ପତ୍ତି ନେବୁ ଯେ ଯଦି କୌଣସି ପୁଅ ନିଜର ଧାର୍ମିକ ପରିଚୟ ଲୁଚାନ୍ତି ଏବଂ ଆସାମର ଝିଅ ଏବଂ ମହିଳାଙ୍କ ଉପରେ ନକାରାତ୍ମକ ମନ୍ତବ୍ୟ ଦିଅନ୍ତି, ତେବେ ସେ ନିର୍ଦ୍ଦୟ ତଥା କଠୋର ଦଣ୍ଡର ସମ୍ମୁଖୀନ ହେବେ ବୋଲି ଉତ୍ତର ପୂର୍ବ ଗଣତାନ୍ତ୍ରିକ ଆଲାଇନ୍ସର ସଂଯୋଜକ କହିଛନ୍ତି ।
ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ମୁଖ୍ୟ ବଦରୁଦ୍ଦିନ ଅଜମଲଙ୍କୁ ଦିବ୍ରୁଗଡରେ ଏକ ବିଜେପି ମହିଲା ମୋର୍ଚ୍ଚା ବୈଠକ ସମୟରେ ସାରମା କହିଛନ୍ତି ଯେ “ଅଜମଲଙ୍କ ସେନା”ର ପୁରୁଷମାନେ ସେମାନଙ୍କର ଧାର୍ମିକ ପରିଚୟ ଲୁଚାଉଛନ୍ତି ଏବଂ ସୋସିଆଲ ମିଡିଆରେ ଝିଅମାନଙ୍କୁ ବନ୍ଧୁତା କରୁଛନ୍ତି ଏବଂ ସେମାନଙ୍କୁ ବିବାହ କରୁଛନ୍ତି।
ଅନ୍ୟ ଧର୍ମର ଝିଅମାନେ ଫେସବୁକରେ “ଅଜମଲଙ୍କ ସଂସ୍କୃତି-ସଭ୍ୟତା” ର ବାଧ୍ୟତାମୂଳକ ଶିକାର ହେଉଛନ୍ତି । ତେଣୁ ଆମେ ଶପଥ ନେଇଛୁ ଯେ, ଯଦି ଅଜମଲଙ୍କ ସୌନ୍ୟ ଆମ ମହିଳାଙ୍କୁ ସ୍ପର୍ଶ କରନ୍ତି ତେବେ ସେମାନଙ୍କ ପାଇଁ ଏକମାତ୍ର ଦଣ୍ଡ ମୃତ୍ୟୁଦଣ୍ଡ ହେବ, କିଛି ନୁହେଁ ଆମେ ଏଭଳି ସଂକଳ୍ପ ସହିତ କାର୍ଯ୍ୟ କରୁଛୁ। ”