ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ 15 ଦିନ ମଧ୍ୟରେ ଘରକୁ ପଠାଯାଉ: ସୁପ୍ରିମକୋର୍ଟ - SC to States

ସମସ୍ତ ଶ୍ରମିକଙ୍କ ପଞ୍ଜୀକୃତ ହେବା ସହ ଆଜିଠାରୁ 15 ଦିନ ମଧ୍ୟରେ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଯିବା ବନ୍ଦୋବସ୍ତ କରାଯିବା ଉଚିତ ବେଲି ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି । 24 ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଅତିରିକ୍ତ ଟ୍ରେନ୍ ଯୋଗାଇ ଦେବେ ବୋଲି କୋର୍ଟ କହିଛି । ଅଧିକ ପଢନ୍ତୁ...

ପ୍ରବାସୀଙ୍କୁ 15 ଦିନରେ ଘରକୁ ପଠାଯାଉ, 24 ଘଣ୍ଟାରେ ଟ୍ରେନ ଦିଆଯାଉ: ସୁପ୍ରିମକୋର୍ଟ

author img

By

Published : Jun 9, 2020, 2:04 PM IST

ନୂଆଦିଲ୍ଲୀ: ଦେଶରେ ଏବେ ପ୍ରଳୟ ରଚୁଛି ମହାମାରୀ କୋରୋନା । ଲଗାତାର କିଛି ଦିନ ହେଲା ଦୈନିକ ପାଖାପାଖି ୧୦ ହଜାର ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଗକୁ ଏ ସଂଖ୍ୟା ଯେ ୧୦ ହଜାର ପାର ଯେ ନ କରିବ, ତାହା କିଏ କହିବ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୩୧ ଜଣଙ୍କ କୋରୋନା ଯୋଗୁ ମୃତ୍ୟୁ ହୋଇଛି । ଅର୍ଥାତ ଗୋଟିଏ ଦିନରେ ଟ୍ରିପଲ ସେଞ୍ଚୁରୀ ମାରିଛି ମୃତ୍ୟୁ ସଂଖ୍ୟା । ସେନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି ।

ଏପଟେ ପ୍ରବାସୀ ଶ୍ରମିକଙ୍କ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ରାୟ ଦେଇଛନ୍ତି । ସମସ୍ତ ଶ୍ରମିକଙ୍କ ପଞ୍ଜୀକୃତ ହେବା ସହ ଆଜିଠାରୁ 15 ଦିନ ମଧ୍ୟରେ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଯିବା ବନ୍ଦୋବସ୍ତ କରାଯିବା ଉଚିତ ।

24 ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଅତିରିକ୍ତ ଟ୍ରେନ୍ ଯୋଗାଇ ଦେବେ ବୋଲି କୋର୍ଟ କହିଛି । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ପରାମର୍ଶ କେନ୍ଦ୍ର ଗଠନ କରିବାକୁ କହିଥିଲେ। ଗ୍ରାମ ଏବଂ ବ୍ଲକ ସ୍ତରରେ ସେମାନଙ୍କର ତଥ୍ୟ ସଂଗ୍ରହ କରାଯିବା ସହ ସେମାନଙ୍କର ସ୍କିଲ୍ ମ୍ୟାପିଙ୍ଗ୍ କରାଯିବା ଉଚିତ୍, ଯାହା ସେମାନଙ୍କୁ ରୋଜଗାର ଦେବାରେ ସାହାଯ୍ୟ କରିବ | ଯଦି ଶ୍ରମିକମାନେ କାମକୁ ଫେରିବାକୁ ଚାହାଁନ୍ତି ତେବେ ରାଜ୍ୟ ସରକାର ସେମାନଙ୍କୁ ସାହାଯ୍ୟ କରିବେ ।

ଏହା ସହିତ ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମାନଙ୍କୁ ଏ ବିଷୟରେ ସୁପ୍ରିମକୋର୍ଟଙ୍କୁ ଜଣାଇବାକୁ ପଡ଼ିବ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସମସ୍ତ ଯୋଜନାର ଲାଭ ଶ୍ରମିକମାନଙ୍କୁ ଦିଆଯାଉ ଏବଂ ଶ୍ରମିକମାନଙ୍କୁ ଏହି ଯୋଜନା ବିଷୟରେ ଅବଗତ କରାଇବା ଉଚିତ୍।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.