ଲକ୍ଷ୍ନୌ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ ୟୁପିର ଗୌତମବୁଦ୍ଧ ନଗରରେ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଇସିଏମଆର ପକ୍ଷରୁ 15 ହଜାର ଆଣ୍ଟିଜେନ୍ ଆଧାରିତ ପରୀକ୍ଷା କିଟ୍ ଦିଆଯିବ ବୋଲି ସୂଚନା ମିଳିଛି । ଏହାଛଡା ଆଇସିଏମଆର ଦ୍ୱାରା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟ୍ରେନିଙ୍ଗ୍ ମଧ୍ୟ ପ୍ରଦାନ କରାଯିବ ।
ଗୌତମବୁଦ୍ଧ ନଗରର ଜିଲ୍ଲା ମାଜିଷ୍ଟ୍ରେଟ ସୁହାସ ପଲୱାଇ କହିଛନ୍ତି, କେନ୍ଦ୍ର ଏବଂ ୟୁପି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଗୌତମବୁଦ୍ଧ ନଗରରେ ଆଣ୍ଟିଜେନ୍ ଆଧାରିତ କୋରୋନା ପରୀକ୍ଷାର ଆରମ୍ଭ ଏନସିଆରର ଅନ୍ୟାନ୍ୟ ଅଞ୍ଚଳ ସହ କରିବୁ । ଏଥିସହ ଆଜି(ବୁଧବାର) ଆଇସିଏମଆର ଅଧିକାରୀ ନଏଡା ସ୍ଥିତ ମେରଟ ବିଭାଗର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ଲାବୋରେଟୋରୀ ଟେକ୍ନିସିଆନମାନଙ୍କୁ ତାଲିମ ଦେବେ ।
ପ୍ରକାଶ ଥାଉକି, ୟୁପିର ଗୌତମବୃଦ୍ଧ ନଗର ସର୍ବାଧିକ କୋରୋନା ପ୍ରଭାବିତ ହୋଇଛି । ବର୍ତ୍ତମାନ ୟୁପିରେ 18 ହଜାରରୁ ଅଧିକ କୋରୋନା ମାମଲା ଥିବାବେଳେ କେବଳ ଗୌତମବୁଦ୍ଧ ନଗରରେ 1565 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ୟୁପିରେ କୋରୋନା କାରଣରୁ 588 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଗୌତମବୁଦ୍ଧ ନଗରରେ 19 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।