ETV Bharat / bharat

IB ଅଫିସର ଅଙ୍କିତ ହତ୍ୟା ମାମଲା: 7ଦିନିଆ ପୋଲିସ ହେପାଜତରେ ତାହିର ହୁସେନ

author img

By

Published : Mar 6, 2020, 6:33 PM IST

ଦିଲ୍ଲୀ ହିଂସାରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆମ୍ ଆଦମୀ ପାର୍ଟିର ନିଲମ୍ବିତ କାଉନସିଲର ତାହିର ହୁସେନଙ୍କୁ 7ଦିନିଆ ପୋଲିସ ହେପାଜତରେ ପଠାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆମ୍ ଆଦମୀ ପାର୍ଟିର ନିଲମ୍ବିତ କାଉନସିଲର ତାହିର ହୁସେନଙ୍କୁ 7ଦିନିଆ ପୋଲିସ ହେପାଜତରେ ପଠାଯାଇଛି । କରକାଡୋମା କୋର୍ଟ ତାହିରଙ୍କୁ 7 ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ଗୁରୁବାର ଦିଲ୍ଲୀ ହିଂସାର ଅନ୍ୟତମ ମାଷ୍ଟର ମାଇଣ୍ଡ ତଥା ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ତାହିର ହୁସେନ୍‌ଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । କୋର୍ଟରେ ଆତ୍ମସମର୍ପଣ କରିବା ଲାଗି ସେ କରିଥିବା ଆବେଦନ ଖାରଜ ହେବା ପରେ ତାକୁ ପୋଲିସ ଗିରଫ କରିଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏହାସହ ହିଂସା କାଣ୍ଡରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଜଡିତ ଥିବା ନେଇ ୧୮୨୦ ଜଣଙ୍କୁ ଗିରଫ କାରଯାଇଥିବା ବେଳେ 654 ମାମଲା ପଞ୍ଜୀକୃତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.