ଭୋପାଳ: ସିଏଏ ବିରୋଧରେ ଫେସବୁକରେ କମେଣ୍ଟ ଦେବା ଜିଲ୍ଲାପାଳଙ୍କ ପାଇଁ ମହଙ୍ଗା ପଡିଛି । ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ମାଣ୍ଡଲା ଜିଲ୍ଲାରେ ।
ଏଠାକାର ଜିଲ୍ଲାପାଳ ଜଗଦୀଶ ଜାଟିଆ ସଂଶୋଧିତ ନାଗରିକତା ଆଇନ (ସିଏଏ), ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୁଦ୍ଧରେ ସୋସିଆଲ ମିଡିଆରେ କମେଣ୍ଟ ଦେଇଥିଲା । ଏପରିକି ‘ଛପାକ’ ଚଳଚ୍ଚିତ୍ର ଦେଖିବେ ବୋଲି ଫେସବୁକରେ ପୋଷ୍ଟ କରିଥିଲେ ।
ଏ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ଶିବରାଜ ସିଂହ ଚୌହାନ । ଏନେଇ ସେ କହିଛନ୍ତି ଯେ, ଜଣେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଏହା ଆଶା କରାଯାଏ ନାହିଁ । ସିଏଏକୁ ନେଇ ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏ ବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।