ETV Bharat / bharat

ତିନି ସେନା କରିବ କୋରୋନା ୱାରିୟର୍ସଙ୍କୁ ସମ୍ମାନିତ: ହସ୍ପିଟାଲ ଉପରେ ହେବ ଫୁଲ ବର୍ଷା - Air Force to conduct flypast

ବାୟୁସେନାର ଫାଇଟର ଜେଟ ସମଗ୍ର ଦେଶରେ ମେ 3 ଅର୍ଥାତ ରବିବାର କୋରୋନା ୱାରିୟର୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ସ୍ବତନ୍ତ୍ର ଫ୍ଲାଏ-ପାଷ୍ଟ ଆୟୋଜନ କରିବ । ହେଲିକପ୍ଟର ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ । ଅଧିକ ପଢ଼ନ୍ତୁ...

ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ ବାୟୁସେନା
ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ ବାୟୁସେନା
author img

By

Published : May 2, 2020, 12:10 AM IST

ନୂଆଦିଲ୍ଲୀ: ତିନି ସେନା ଦେବ କୋରୋନା ଯୋଦ୍ଧାକୁ ସମ୍ମାନ । ସେମାନଙ୍କ ସେବା, ସାହସ, ସମର୍ଥନ, ମେହନତକୁ ସଲାମ କରିବ ସେନା । ବାୟୁସେନାର ଫାଇଟର ଜେଟ ସମଗ୍ର ଦେଶରେ ମେ 3 ଅର୍ଥାତ ରବିବାର କୋରୋନା ୱାରିୟର୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ସ୍ବତନ୍ତ୍ର ଫ୍ଲାଏ-ପାଷ୍ଟ ଆୟୋଜନ କରିବ । କୋରୋନା ଭାଇରସକୁ ପରାସ୍ତ କରିବା ପାଇଁ ଅହରହ ଉଦ୍ୟମ କରୁଥିବା ଡାକ୍ତର, ନର୍ସ ଏବଂ ପାରା-ମେଡିକାଲ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ପାଇଁ ହେଲିକପ୍ଟର ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ ।

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ଯେ ଶ୍ରୀନଗରରୁ ଦକ୍ଷିଣ ପ୍ରାନ୍ତ ତ୍ରିଭେନ୍ଦ୍ରମ ଏବଂ ଆସାମର ଦିବ୍ରୁଗଡରୁ ଗୁଜୁରାଟର କଚ୍ଛ ପର୍ଯ୍ୟନ୍ତ ୱାରିୟର୍ସଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଫ୍ଲାଏ-ପାଷ୍ଟ କରିବ ଓ ହସ୍ପିଟାଲ ଉପରେ ପୁଷ୍ପ ବର୍ଷା କରିବ । ଏଥିରେ ବାୟୁସେନା ଯୁଦ୍ଧ ବିମାନ ଓ ସାମରିକ ପରିବହନ ବିମାନ ଅଂଶଗ୍ରହଣ କରିବେ । ରବିବାର ସକାଳ 8ଟା ସମୟରୁ ବାୟୁସେନା ଏହି ଅଭିଯାନ ଆରମ୍ଭ କରିବ ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସିଡିଏସଙ୍କ ସମେତ ସ୍ଥଳସେନା ପ୍ରମୁଖ୍ୟ, ଜେନେରାଲ ଏମ.ଏମ ନରାୱାନେ, ବାୟୁସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଉପସ୍ଥିତ ଥିଲେ । ସିଡିଏସ୍ ରାୱତ କହିଛନ୍ତି ଯେ କୋରୋନା ମହାମାରୀ ଆରମ୍ଭରୁ ଡାକ୍ତର, ନର୍ସ, ପାରା ମେଡିକାଲ୍ କର୍ମଚାରୀ, ବୈଜ୍ଞାନିକ ଏବଂ ସଫେଇ କର୍ମଚାରୀମାନେ ଦିନରାତି କାର୍ଯ୍ୟ କରିଆସୁଛନ୍ତି । ଏହି କଷ୍ଟ ସମୟରେ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରୁଥିବା ଦେଶବାସୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଏହି କାରଣରୁ ତିନି ସେନା (ସେନା, ବାୟୁସେନା ଏବଂ ନୈସେନା) 'ଦେଶହିତରେ'ରେ ସେମାନଙ୍କ ପଛରେ ସମର୍ଥନରେ ଦଣ୍ଡାୟମାନ ରହିଛି ।

ପୋଲିସକୁ ବିଶେଷ ପ୍ରଶଂସା କରି ସିଡିଏସ କହିଛି ଯେ ଦେଶରେ ସେନା ମୁତୟନର ଆବଶ୍ୟକା ମନେ ହୁଏ ନାହିଁ । ରବିବାର ଦିନ ସେନା ପୋଲିସ-ସ୍ମାରକୀ ପରିଦର୍ଶନ କରି ଶହୀଦ ପୋଲିସକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ । ଏହାସହ ସିଡିଏସ ଲକଡାଉନ୍ ସମୟରେ ଡେଲିଭରୀ ବଏ ଏବଂ ମିଡିଆ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ସିଡିଏସ୍ କହିଛି ଯେ ରବିବାର ଦିନ ସମସ୍ତ ନୌସେନା ଯୁଦ୍ଧ ଜାହାଜ ସମୁଦ୍ରରେ ରହିବ ଏବଂ କୋରୋନା-ୱାରିୟର୍ସଙ୍କୁ କୃତଜ୍ଞତା ଜଣାଇବ ଏବଂ ସନ୍ଧ୍ୟାରେ ସମସ୍ତ ବନ୍ଦରରେ ସ୍ବତନ୍ତ୍ର ଆଲୋକୀକରଣ କରାଯିବ । ଡାକ୍ତର ଏବଂ ପାରା-ମେଡିକାଲ କର୍ମଚାରୀଙ୍କ ଆତ୍ମବିଶ୍ବାସ ବଢାଇବା ପାଇଁ ସେନା ସମସ୍ତ ସାମରିକ ଡାକ୍ତରଖାନା ବାହାରେ ବ୍ୟାଣ୍ଡ-ପ୍ରଦର୍ଶନ କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.