ETV Bharat / bharat

CBU-105 ବୋମାର ସଫଳ ପରୀକ୍ଷଣ, କ୍ଷଣିକେ ଧ୍ବଂସ କରିବ ଏକାଧିକ ଟ୍ୟାଙ୍କ

ଭାରତୀୟ ବାୟୁ ସେନା ପକ୍ଷରୁ ରବିବାର 1000 ପାଉଣ୍ଡ (450କେଜି) ସ୍ମାର୍ଟ ଟ୍ୟାଙ୍କ-ବିଧ୍ବଂସୀ ଗାଇଡେଡ୍‌ ବୋମା, ସିବିୟୁ-105 ସଫଳ ପରୀକ୍ଷଣ କରାଯାଇଛି ।

author img

By

Published : May 21, 2019, 11:16 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗ‌େଇଛି ଭାରତ । ଭାରତୀୟ ବାୟୁସେନା ପକ୍ଷରୁ ରବିବାର 1000 ପାଉଣ୍ଡ(450କେଜି) ସ୍ମାର୍ଟ ଟ୍ୟାଙ୍କ-ବିଧ୍ବଂସୀ ଗାଇଡେଡ୍‌ ବୋମା, ସିବିୟୁ-105ର ସଫଳ ପରୀକ୍ଷଣ କରାଯାଇଛି।

ଏହି ବୋମାକୁ ରାଜସ୍ଥାନର ଜୟସଲମେର ସ୍ଥିତ ପୋଖରାନ ରେଞ୍ଜରେ ପରୀକ୍ଷା କରାଯାଇଛି । ଏହାର ପରୀକ୍ଷଣ ପାଇଁ ଭାରତୀୟ ବାୟୁସେନାର ଦୁଇଟି ଜାଗୁଆର ଲଢୁଆ ବିମାନକୁ ନିୟୋଜିତ କରାଯାଇଥିଲା । ଜାଗୁଆରରେ ଏହି ବୋମାକୁ ଖଞ୍ଜା ଯାଇଥିଲା । ସଫଳ ପରୀକ୍ଷଣ ସ୍ବରୂପ ଏହି ବୋମା ଟାର୍ଗେଟକୁ ସଠିକ୍‌ ଭାବରେ ଲକ୍ଷ୍ୟଭେଦ କରିଥିଲା । ନିର୍ଦ୍ଧିଷ୍ଟ ଦୂରତାରେ ରହିଥିବା କେତେକ ଡେମୋ ଟ୍ୟାଙ୍କକୁ ସହଜରେ ଲକ୍ଷ୍ୟଭେଦ କରିଥିଲା ସ୍ମାର୍ଟ ଟ୍ୟାଙ୍କ-ବିଧ୍ବଂସୀ ଗାଇଡେଡ୍‌ ବୋମା।

ଏହି ଗାଇଡେଡ ସ୍ମାର୍ଟ ବୋମାର ପରୀକ୍ଷଣ ସମୟରେ ଆମେରିକାର ଟେକ୍ସଟ୍ରନ ଡିଫେନ୍ସ ସିଷ୍ଟମ୍ସ ଓ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଏହାସହ ଅଧିକାରୀ ମାନେ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ଅନୁଧ୍ୟାନ କରିଥିଲେ ।

ପ୍ରତିରକ୍ଷା ସୂତ୍ର ଅନୁସାରେ ଏହି ସିବିୟୁ-୧୦୫ ବୋମାକୁ ଜାଗୁଆର ଫାଇଟ୍‌ର ଜେଟ୍‌ରୁ ଜିପିଏସ ବ୍ୟବହାର କରି ନିକ୍ଷେପ କରାଯାଇଥାଏ । ଏହି ବୋମା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟଭେଦ କ୍ଷମତା ରଖିଛି । ଦିନ ସହ ରାତ୍ରୀ ଓ ମେଘୁଆ ପାଗରେ ଏହି ବୋମା ଟାର୍ଗେଟକୁ ହିଟ୍ କରିବାରେ ସମର୍ଥ । ଏହି ସ୍ମାର୍ଟ ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ୍‌ ବୋମା ଏକାଧିକ ଟ୍ୟାଙ୍କକୁ ବିଧ୍ବସ୍ତ କରିବାର କ୍ଷମତା ରଖିଥାଏ । ଏହି ବୋମାର ସଫଳ ପରୀକ୍ଷଣ ପରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇଛି ।

Intro:Body:

dfgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.