ନୂଆଦିଲ୍ଲୀ: ସିବିଆଇକୁ ବଡ ସଫଳତା । ଭାରତୀୟ ବାୟୁସେନାର ସ୍କ୍ବାଡ୍ରନ୍ ଲିଡରଙ୍କ ସମେତ 4 ଜଣ ଯବାନଙ୍କ ହତ୍ୟା ମାମଲାରେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଜାମ୍ମୁ ଓ କାଶ୍ମୀର ମୁକ୍ତି ମୋର୍ଚ୍ଚା (ଜେକେଏଲଏଫ)ର ଆତଙ୍କବାଦୀ ଜାଭେଦ ଅହମଦ ମୀରକୁ ସିବିଆଇ ବୁଧବାର ଗରିଫ କରିଛି ସିବିଆଇ ।
ଉଲ୍ଲେଖଯୋଗ୍ୟ ଯେ, 25 ଜାନୁଆରୀ 1990ରେ ଆତଙ୍କୀ ଆକ୍ରମଣରେ ସ୍କ୍ବାଡ୍ରନ ଲିଡର ରବି ଖାନ୍ନା ଓ ବାୟୁସେନାର ଅନ୍ୟ ତିନି ଜଣ ଯବାନ ଶହୀଦ ହୋଇଥିଲେ । ଏହି ଆକ୍ରମଣ ପଛରେ ଜାଭେଦର ହାତ ଥିବା ସୂଚନା ମିଳିଥିଲା । ଜାଭେଦ 80 ଦଶକରେ ଜେକେଏଲଏଫରେ ସାମିଲ ହୋଇଥିଲା । ଆତଙ୍କୀ ସଂଗଠନରେ ସାମିଲ ହେବା ପୂର୍ବରୁ ସେ ଜଳପୂର୍ତ୍ତି ବିଭାଗରେ କାମ କରୁଥିଲା ।
1990ରେ ଏହି ଆକ୍ରମଣରେ 4 ବାୟୁସେନା ଯବାନ ଶହୀଦ ହୋଇଥିଲେ । ଏହା ବ୍ୟତୀତ 40 ସାଧାରଣ ନାଗରିକ ଗୁରୁତର ଭାବରେ ଆହତ ହୋଇଥିଲେ । ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିଲେ । ଏହି ମାମଲାରେ ଜେକେଏଲଏଫ୍ ପ୍ରମୁଖ ୟାସିନ ମଲ୍ଲିକ ଓ ଜାଭେଦ ଅହମଦ ମୀର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାଯାଇଥିଲା । ୟାସିନ ମଲ୍ଲିକ ଟେରର୍ ଫଣ୍ଡିଂ ମାମଲାରେ ପୋଲିସ ହେପାଜତରେ ରହିଥିବା ବେଳେ ଏବେ ଜାଭେଦକୁ ଗିରଫ କରିଛି ସିବିଆଇ ।