ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ୨୭ରେ ବାୟୁସେନାର ଏକ ମିଶାଇଲରେ ହିଁ ଏମଆଇ-୧୭ ହେଲିକପ୍ଟର ଧ୍ବଂସ ହୋଇଥିବା ମାନିଲେ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦୋରିଆ ।
ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତୀୟ ବାୟୁସେନାର ଏମଆଇ-17 ହେଲିକପ୍ଟର ଶ୍ରୀନଗର ଦେଇ ଯାତ୍ରା କରୁଥିଲା । ହେଲେ ହଠାତ ତା ଉପରେ ହୋଇଥିଲା ମିଶାଇଲ ମାଡ। ଫଳରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା । କୋର୍ଟ ଅଫ ଇନକ୍ବାରୀ ବସିବା ପରେ ଆମର ଭୁଲ ପଦାକୁ ଆସିଥିଲା ବୋଲି କହିଛନ୍ତି ଭଦୋରିଆ ।
ଏହି ଘଟଣାରେ ଭୁଲ କରିଥିବା ଦୁଇ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାରଣ ଏହି ଦୁର୍ଘଟଣାରେ ଏମଆଇ-17ରେ ଥିବା ପ୍ରାୟ 7 ଜଣ ଯବାନ ଶହୀଦ ହୋଇଥିବା ଘଟଣା ଆମର ସବୁଠୁ ବଡ ଭୂଲ । ଆମେ ଆମ ଭୁଲ ସ୍ବୀକାର କରୁଛୁ ଏବଂ ଭବିଷ୍ୟତରେ ଏପରି ଭୂଲ ନଦୋହରାଇବା ପାଇଁ ପ୍ରତିଶୃତି ଦେଉଛୁ’ ବୋଲି କହିଛନ୍ତି ଭଦୋରିଆ ।