ETV Bharat / bharat

ଏଥର ନିର୍ବାଚନ ଲଢିବେନି ପାଶ୍ୱାନ - patna

ଚଳିତ 2019 ଲୋକସଭା ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏଲଜେପି ସୁପ୍ରିମୋ ରାମବିଳାସ ପାଶ୍ୱାନ। ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଏଥର ସେ ଲୋକସଭା ବଦଳରେ ସେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଛି।

ଫାଇଲ ଫଟୋ
author img

By

Published : Feb 9, 2019, 7:12 AM IST

ପାଟନା: ଚଳିତ 2019 ଲୋକସଭା ନିର୍ବାଚନ ନ ଲଢିବାକୁ ପାଇଁ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର(ଏଲଜେପି) ସୁପ୍ରିମୋ ରାମବିଳାସ ପାଶ୍ୱାନ। ସେ ଲୋକସଭା ବଦଳରେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ ବିହାରର ହାଜିପୁର ଲୋକସଭା ଆସନରୁ ସାଂସଦ ଅଛନ୍ତି।

ନିର୍ବାଚନ ନଲଢିବା ସମ୍ପର୍କରେ ସେ ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରିଥିଲେ। ଏସମ୍ପର୍କରେ ପ୍ରତିକ୍ରିୟା ରଖି ଏଲଜେପି ସୁପ୍ରିମୋ କହିଛନ୍ତି ଏଥର ମୁଁ ହାଜିପୁରରୁ ନିର୍ବାଚନ ଲଢୁନାହିଁ । ମାତ୍ର ହାଜିପୁରର ବିକାଶ ପାଇଁ ମୁଁ ନିଜ ଉଦ୍ୟମ ଜାରି ରଖିବି।
ଏଥରର ନିର୍ବାଚନରେ ହାଜିପୁରରୁ କିଏ ପ୍ରତିଦ୍ୱନ୍ଦିତା କରିବ ତାହା ଦଳ ନିଷ୍ପତ୍ତି ନେବ । ବର୍ତ୍ତମାନ ଏସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁନାହିଁ ବୋଲି ବୋଲି ପାଶ୍ୱାନ ଜଣାଇ ଦେଇଛନ୍ତି।

ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ରାମବିଳାଶ ପାଶ୍ୱାନ ଏଥରର ନିର୍ବାଚନ ଲଢୁନାହାନ୍ତି ବୋଲି ଦଳୀୟ ମହଲରୁ କୁହାଯାଇଛି। ହାଜିପୁର ଲୋକସଭା ଆସନ ଏଲଜେପିର ପାରମ୍ପରିକ ଗଡ ଭାବେ ଜଣାଶୁଣା। 1977 ମସିହାରେ ହୋଇଥିବା ଲୋକସଭା ନିର୍ବାଚନରେ ଏକ ରେକର୍ଡ କରିଥିଲେ ପାଶ୍ୱାନ। ଏହି ଆସନରୁ ସେ 4 ଲକ୍ଷ 24 ହଜାର ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Intro:Body:

ଶ୍ମଶାନ ଘାଟରେ ବିତେ ମହିଳାଙ୍କ ଜୀବନ, ଜାଣନ୍ତୁ କଣ ରହିଛି କାରଣ?

ସମ୍ବଲପୁର: ବର୍ତ୍ତମାନ ମଧ୍ୟ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଞ୍ଚିରହିଛି । ଆଉ ଏହି କୁସଂସ୍କାରରୁ ଶିକ୍ଷିତ ବର୍ଗ ମଧ୍ୟ ଅନେକ ସ୍ଥାନରେ ମୁକୁଳି ପାରିନାହିଁ । ତେବେ ଆଜି ଆମେ ଏମିତି ଏକ ଅସାଧାରଣ ମହିଳାଙ୍କ ବିଷୟରେ ଜାଣିବା, ଯିଏ ଗରିବ ହୋଇଥିଲେ ମଧ୍ୟ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସ ଓ ମିଥ୍ୟା ପରମ୍ପରାର ଖାତିର ନକରି ଅସାଧାରଣ କାମ କରିଆସୁଛନ୍ତି । ହିନ୍ଦୁ ସମାଜରେ ଶ୍ମଶାନ ଘାଟରେ ମହିଳାଙ୍କୁ ଯିବାର ବାରଣ ସତ୍ତ୍ବେ ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ହେଲା ସମ୍ବଲପୁରର ଶାନ୍ତି ବେହେରା ଶ୍ମଶାନ ଘାଟର ସବୁ କାର୍ଯ୍ୟ ତୁଲାଇ ଆସୁଛନ୍ତି ।

ଭିଓ-1 ଏ ହେଉଛନ୍ତି ସମ୍ବଲପୁରର ଶାନ୍ତି ବେହେରା । ଘର କାମଲିବଜାର । ଚଳିବା ପକ୍ଷେ ଏତେ ଭଲ ହୋଇନଥିଲେ ବି ତାଙ୍କ କାମ ଆଜି ସମସ୍ତଙ୍କୁ ଚକିତ କରିଛି । ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ବର୍ଷ ହେଲା ସମ୍ବଲପୁରର ରାଜଘାଟ ବା ଶ୍ମଶାନ ଘାଟରେ ସେ କାମ କରି ଆସୁଛନ୍ତି । ଆମ ସମାଜରେ ଶ୍ମଶାନ ମହିଳାଙ୍କ ପାଇଁ ବାରଣ ଥିବା ସତ୍ତ୍ୱେ ଶାନ୍ତି ଏସବୁକୁ ଖାତିର କରନ୍ତି ନାହିଁ । ମୃତଦେହ ଆସିବା ଜାଣିବା ମାତ୍ରେ ସେ ବାହାରି ଯାଆନ୍ତି ଶ୍ମଶାନ ଘାଟ ଆଡକୁ । ସେଠାରେ ଝାଡୁ କରିବା ସହ ମୃତଦେହ ଦାହ କରିବା ଯାଏଁ ରୁହନ୍ତି ଶାନ୍ତି ।

ବାଇଟ-1- ଶାନ୍ତି ବେହେରା, ଶ୍ମଶାନରେ କାମ କରୁଥିବା ମହିଳା

ଭିଓ-2- ଏଭଳି ଅସାଧାରଣ କାମ ପଛରେ ରହିଛି ଏକ ଦୁଃଖଦ କାହାଣୀ । 15 ବର୍ଷ ପୂର୍ବେ ଶାନ୍ତି ହରାଇଥିଲେ ସ୍ୱାମୀଙ୍କୁ। ପାଖରେ ଥିଲେ ତାଙ୍କର 2 ପୁଅ ଓ 4 ଝିଅ । ଦାରିଦ୍ରତା କାରଣରୁ ଦୁଃଖର ପାହାଡ ବୋଝ ହୋଇଥିଲା ଶାନ୍ତିଙ୍କ ଉପରେ । ଏହାପରେ ସେ ପରିବାର ଚଳାଇବା ପାଇଁ ଶ୍ମଶାନ ଘାଟରେ କାମ କରିଥିଲେ । ଏପରିକି ତାଙ୍କ 2 ପୁଅ ମଧ୍ୟ ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ପ୍ରାଣ ହରାଇଥିଲେ । ଆଉ ନିଜ ପୁଅଙ୍କ ଶବ ଦାହ ମଧ୍ୟ କରିଥିଲେ ଏହି ସାହାସୀ ମହିଳା ।

ବାଇଟ-2-ରାମ ଦାସ ପଣ୍ଡା,ସ୍ବେଚ୍ଛାସେବୀ, ସମ୍ବଲପୁର

ଫାଭିଓ-ଶାନ୍ତି ଏବେବି ନିଜର 4 ଝିଅଙ୍କ ପାଳନପୋଷଣର ଭାର ଉଠାଇ ଚାଲିଛନ୍ତି । ତେବେ ଏହି ସାହାସୀ ମହିଳାଙ୍କ ଏଭଳି କାମକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ନ୍ୟୁଜ

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.