ETV Bharat / bharat

ମୋ ପାଖରେ ମଧ୍ୟ ନାହିଁ ଜନ୍ମ ପ୍ରମାଣପତ୍ର: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ - କେ ଚନ୍ଦ୍ର ଶେଖର ରାୱ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନଥିବା ଶନିବାର ରାଜ୍ୟ ବିଧାନସଭାରେ କହିଛନ୍ତି ସେ । ଅଧିକ ପଢନ୍ତୁ...

Telangana CM
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
author img

By

Published : Mar 7, 2020, 6:42 PM IST

ହାଇଦ୍ରାବାଦ: ଦେଶରେ ଏନଆରସି, ଏନଆରପି ଏବଂ ସିଏଏକୁ ନେଇ ଜାରି ବିବାଦ ମଧ୍ୟରେ ବଡ ଖୁଲାସା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ତାଙ୍କ ପାଖରେ ମଧ୍ୟ ଜନ୍ମ ପ୍ରମାଣପତ୍ର ନଥିବା ଶନିବାର ରାଜ୍ୟ ବିଧାନସଭାରେ କହିଛନ୍ତି ସେ ।

ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜୀକରଣ (ଏନପିଆର)ର ନୂଆ ପ୍ରକ୍ରିୟାକୁ ନେଇ ରାଓ କହିଛନ୍ତି, 'ଯେଉଁଠି ମୋ ନିଜ ପାଖରେ ଜନ୍ମ ପ୍ରମାଣ ପତ୍ର ନାହିଁ ସେଠାରେ ମୁଁ ନିଜ ମାତା ପିତାଙ୍କର ପ୍ରମାଣପତ୍ର କେଉଁଠୁ ଆଣିବି । ଏହା ମୋ ପାଇଁ ମଧ୍ୟ ଚିନ୍ତାର ବିଷୟ । ମୁଁ ଗାଁରେ ନିଜ ଘରେ ଜନ୍ମ ଗ୍ରହଣ କରିଥିଲି । ସେହି ସମୟରେ ଗାଁରେ କୌଣସି ଡାକ୍ତରଖାନା ନଥିଲା । ଗ୍ରାମର ବରିଷ୍ଠ ବ୍ୟକ୍ତି ସେତେବେଳେ ଜନ୍ମର ପ୍ରମାଣପତ୍ର ଲେଖୁଥିଲେ, ଯାହାର କୌଣସି ଅଧିକାରୀକ ମହତ୍ବ ନାହିଁ ।'

ଯେଉଁଠି ଖୋଦ ମୁଖ୍ୟମନ୍ତ୍ରୀ ନିଜର ଜନ୍ମ ପ୍ରମାଣ ପତ୍ର ଦେଖାଇପାରୁନାହାନ୍ତି, ସେଠାରେ ଜଣେ ଗରିବ, ଆଦିବାସୀ ଏବଂ ଦଳିତ ଜନ୍ମ ପ୍ରମାଣପତ୍ର କେଉଁଠୁ ଆଣିବ ବୋଲି ଚନ୍ଦ୍ର ଶେଖର ରାଓ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ବର୍ତ୍ତମାନର ଏନପିଆର ମଧ୍ୟରେ ତଫାତ ରହିଛି । କାରଣ ଏଥିରେ ଅନେକ ନୂଆ ନିୟମ ଯୋଡ଼ାଯାଇଛି । ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ ଦେବାକୁ ପଡ଼ୁଥିଲା । କିନ୍ତୁ ଏବେ ୨୧ଟି ତଥ୍ୟ ଦେବାକୁ ହେବ । ନୂଆ ଭାବରେ ବା ପ୍ରଥମ ଥର ପାଇଁ ନାଗରିକମାନେ ସେମାନଙ୍କ ବାପାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନ ସହିତ ଘରର ଆବାସିକ ପତ୍ର, ପାସପୋର୍ଟ ନମ୍ବର, ଆଧାର ପରିଚୟ ପତ୍ର, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ନମ୍ବର ଏବଂ ମୋବାଇଲ ଫୋନ୍ ନମ୍ବର ଦେବାକୁ ପଡ଼ିବ । ଯାହାକି ପୂର୍ବ ଜନଗଣନା ବେଳେ ମଗା ଯାଇନଥିଲା ।

ତେବେ ଏହି ଏନପିଆର ସମୟରେ ଜଣେ ନାଗରିକର ବାପାଙ୍କ ଜନ୍ମ ତାରିଖ ଓ ସ୍ଥାନ ସରକାର ମାଗିବା ପଛର ଉଦ୍ଦେଶ୍ୟ ଏନସିଆର ସହିତ ଲିଙ୍କ୍ ଥିବା କୁହାଯାଉଛି । ତେଣୁ ଅନେକ ନୂଆ ଏନପିଆର ପ୍ରକ୍ରିୟାକୁ ମଧ୍ୟ ବିରୋଧ କରୁଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.