ETV Bharat / bharat

ରାହୁଲ ପ୍ରଧାନମନ୍ତ୍ରୀ ହେଲେ ଦେବଗୌଡା ହେବେ ଚାଣକ୍ୟ !

ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛୁକ କି ଦେବଗୌଡା ? ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ, ତାଙ୍କ ପାର୍ଶ୍ବରେ ରହିବେ ବୋଲି କହିଛନ୍ତି ଦେବଗୌଡା ।

author img

By

Published : Apr 19, 2019, 10:06 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ରାଜନୀତିରୁ ସନ୍ୟାସ ନେବେ ନାହିଁ ଏଚଡି ଦେବଗୌଡା । ତିନି ବର୍ଷ ପୂର୍ବରୁ ପ୍ରତ୍ୟକ୍ଷ ରାଜନୀତିରେ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ସତ, ହେଲେ ପରେ ରାଜନୀତିରେ ରହିବାକୁ ସେ ଉଚିତ ମନେ କରିଛନ୍ତି। ଏଥର ଟୁଙ୍କୁର ଲୋକସଭା ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ପୁରା ସଙ୍କଳ୍ପବଦ୍ଧ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ତାଙ୍କ ପାର୍ଶ୍ବରେ ରହିବାକୁ ସ୍ପଷ୍ଟ କରିଛନ୍ତି ଦେବଗୌଡା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା କହିଛନ୍ତି, ପ୍ରତ୍ୟକ୍ଷ ରାଜନୀତିରୁ ସେ ସନ୍ନ୍ୟାସ ନେବେ ନାହିଁ। ଆଡଭାନୀଙ୍କ ପରି ପଛରେ ରହିବେନି, ଆଗରେ ରହି ଗୁରୁଦାୟିତ୍ବ ବହନ କରିବେ। ନିଜ ହାତରେ ଗଢିଥିବା ଦଳ ପାଇଁ ସେ ସବୁବେଳେ କାମ କରିବେ ବୋଲି କହିଛନ୍ତି ଦେବଗୌଡା ।

ନିକଟରେ ଦେବଗୌଡାଙ୍କ ପୁଅ ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଦେବଗୌଡାଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ସମ୍ଭାବନାଟିଏ ଦର୍ଶାଇଥିଲେ। ହେଲେ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଦେବଗୌଡା। ସେ କହିଛନ୍ତି, ମୁଁ ଏହା ଉପରେ ଚିନ୍ତା କରୁନାହିଁ। ମୋ ପାଇଁ ଏହା ସେତେ ଗୁରୁତ୍ବ ରଖୁନାହିଁ । ମୋଦି ପୁଣିଥରେ ସଂସଦ ଆସିବେ, ତାହା ହିଁ ଚିନ୍ତାର ବିଷୟ। ତାଙ୍କୁ ଅଟକାଇବା ନିହାତି ଦରକାର। ଯଦି ରାହୁଲ ପ୍ରଧାନମନ୍ତ୍ରୀ ହୁଅନ୍ତି, ମୁଁ ତାଙ୍କ ପାର୍ଶ୍ବରେ ରହିବି। ମୁଁ ପ୍ରଧାନମନ୍ତ୍ରୀ ହେବା ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି କହିଛନ୍ତି ଦେବଗୌଡା ।

Intro:Body:

dhrd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.