ନୂଆଦିଲ୍ଲୀ: ନିର୍ବାଚନ ଘଡିରେ ଗରମ ରହିଛି ରାଜନୀତି ପାଣିପାଗ । ଆରୋପ ପ୍ରତ୍ୟାରୋପ ପର୍ବରେ ରାଜନେତା ବି ବେଶ ସକ୍ରିୟ ରହିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ବିକେ ହରିପ୍ରସାଦ । ମୋଦି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି ପ୍ରେସ୍ କନଫରେନ୍ସକୁ ସାମ୍ନା କରିନଥିବା ସେ କହିଛନ୍ତି ।
ଏହାକୁ ଆକ୍ଷେପ କରି ସେ ସୋମବାର କହିଛନ୍ତି ‘ମୁଁ ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ କରୁଛି’ । ଯେତେବେଳେ ଚୌକିଦାର ଚୋର ପାଲଟିଯାଏ ସେତେବେଳେ ତାର ଜିନିଷକୁ କିଏ ସୁରକ୍ଷା ଦେବ ।
ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାହାସ ଅଛି ତେବେ ତାଙ୍କୁ ଖୋଲା ମଞ୍ଚରେ ରାହୁଲ ଗାନ୍ଧୀଙ୍କ ସହ ବିତର୍କ କରିବା ଆବଶ୍ୟକ ବୋଲି କହିଛନ୍ତି ହରିପ୍ରସାଦ ।