ETV Bharat / bharat

ମୁଁ ସୁସ୍ଥ ଅଛି ଏବଂ କୋରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛି: ଶିବରାଜ ସିଂ ଚୌହାନ - ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଗତ ଶନିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ରବିବାର ସେ କହିଛନ୍ତି, ସେ ସୁସ୍ଥ ଅଛନ୍ତି ଏବଂ କୋରୋନା ଯୋଦ୍ଧାଙ୍କ ସେବାପାଇଁ ସେମାନଙ୍କୁ ସାଲ୍ୟୁଟ କରୁଛି ।

mp cm
ମୁଁ ସୁସ୍ଥ ଅଛି ଏବଂ କୋରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛି
author img

By

Published : Jul 26, 2020, 12:50 PM IST

ଭୋପାଳ: ଗତ ଶନିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଚିରାୟୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ସୁସ୍ଥ ଅଛନ୍ତି ଏବଂ କୋରୋନା ଯୋଦ୍ଧାଙ୍କ ସେବାପାଇଁ ସେମାନଙ୍କୁ ସାଲ୍ୟୁଟ କରିଛନ୍ତି ସେ ।

ଟ୍ୱିଟର ଯୋଗେ ସେ ଲୋକଙ୍କୁ କୋରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହେଲେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି।

ଆଉ ଏକ ଟ୍ବିଟରେ ସେ କହିଛନ୍ତି, କୋରୋନାକୁ ଡରିବା ପରିବର୍ତ୍ତେ ଆମେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଏହା ସହ ଲଢିବା ଉଚିତ୍ । ନିଜକୁ କୋରୋନାରୁ ରକ୍ଷା କରିବାର ଦୁଇଟି ମୂଳ ଅସ୍ତ୍ର ହେଉଛି ହାତ ଧୋଇବା ଏବଂ ମାସ୍କ ବ୍ୟବହାର କରିବା । ମୁଁ ନିବେଦନ କରୁଛି ସମସ୍ତ ଲୋକ ନିଜ ପାଇଁ ଏବଂ ନିଜ ପ୍ରିୟ ଲୋକଙ୍କ ପାଇଁ ଏହି ଅସ୍ତ୍ର ବ୍ୟବହାର କରନ୍ତୁ।

ଅନ୍ୟ ଏକ ଟ୍ବିଟରେ ଶିବରାଜ ସିଂ ଲୋକଙ୍କୁ ଅନୁରୋଧ କରିଛନ୍ତି କି, ‘କୋରୋନା ସଂକ୍ରମିତ ହେଲେ ନଡରି ଏନେଇ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇବା ଉଚିତ୍ । ଏଣୁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ସମସ୍ତେ ସୁରକ୍ଷିତ ଏବଂ ସୁସ୍ଥ ରୁହନ୍ତୁ ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.