ହାଇଦ୍ରାବାଦ: ତେଲେଙ୍ଗାନା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କ ନାମ 'ଦିଶା'କୁ ପରିବର୍ତ୍ତିତ କରାଯାଇଛି । ନିର୍ଭୟା ଘଟଣା ଭଳି ପୀଡିତାଙ୍କ ଅସଲି ନାମ ପରିବର୍ତ୍ତେ ଛଦ୍ମ ନାମ 'ଦିଶା' ଲେଖିବାକୁ ସାଇବରାବାଦ ପୋଲିସ ପକ୍ଷରୁ କୁହାଯାଇଛି ।
ପରିବାର ସହ ଆଲୋଚନା ପରେ 26 ବର୍ଷୀୟ ପ୍ରାଣୀଧନ ଚିକିତ୍ସକଙ୍କ ନାମ 'ଦିଶା' ରଖିବା ସହ ଏହି ନାମକୁ ମିଡିଆ ଏବଂ ସୋସିଆଲ ମିଡିଆରେ ବ୍ୟବହାର କରିବାକୁ ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର କହିଛନ୍ତି । ସୋସିଆଲ ମିଡିଆରେ 'justiceforDisha' ହାସଟ୍ୟାଗ ଦେବାକୁ କମିଶନର ପରାମର୍ଶ ଦେଇଛନ୍ତି ।