ETV Bharat / bharat

କୋରୋନା ଭୟ: ବାଲକୋନିରୁ ଡେଇଁ 60 ବର୍ଷୀୟ ବ୍ୟକ୍ତିଙ୍କ ଆତ୍ମହତ୍ୟା - covid 19

ହାଇଦ୍ରାବାଦ ରାମାନ୍ଥପୁର ଅଞ୍ଚଳର ଜଣେ 60 ବର୍ଷର ବ୍ୟକ୍ତି କୋରୋନା ଭୟରେ ନିଜ ଆପାର୍ଟମେଣ୍ଟ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

Hyderabad man jumps to death over Corona fear
କୋରୋନା ଭୟ: ବାଲକୋନିରୁ ଡେଇଁ 60 ବର୍ଷୀୟ ବ୍ୟକ୍ତିଙ୍କ ଆତ୍ମହତ୍ୟା
author img

By

Published : May 2, 2020, 6:30 PM IST

ହାଇଦ୍ରାବାଦ: କୋରୋନା ଭୟ ପୁଣି ନେଲା ଆଉ ଏକ ଜୀବନ । ହାଇଦ୍ରାବାଦ ରାମାନ୍ଥପୁର ଅଞ୍ଚଳର ଜଣେ 60 ବର୍ଷର ବ୍ୟକ୍ତି କୋରୋନା ଭୟରେ ନିଜ ଆପାର୍ଟମେଣ୍ଟ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ହେଲେ ଭାସିରାଜୁ କ୍ରୀଷ୍ଣା ମୂର୍ତ୍ତୀ ।

କ୍ରୀଷ୍ଣା ମୂର୍ତ୍ତୀ ନିଜ ଭିତରେ କୋରୋନା ଭାଇରସ ଲକ୍ଷଣ ଦେଖାଯାଉଥିବା ଭାବି ନିଜ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ଡେଇଁପଡିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରିଛି ।

ଭାସିରାଜୁ କ୍ରୀଷ୍ଣା ମୂର୍ତ୍ତୀଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ସେ ଗ୍ୟାଷ୍ଟ୍ରିକ୍ ଏବଂ ଥକାପଣଜନିତ ସମସ୍ୟାରେ ପୀଡିତ ଥିଲେ । ଯେଉଁକାରଣରୁ ସେ କୋଭିଡ-19ରେ ସଂକ୍ରମିତ ହେବା ନେଇ ସନ୍ଦେହ କରୁଥିଲେ । ଏଥିପାଇଁ ଗତ କିଛି ଦିନ ପୂର୍ବରୁ ସେ ସରକାରୀ ଡାକ୍ତରଖାନା କିଙ୍ଗ କୋଟିକୁ ଯାଇ ଡାକ୍ତରଙ୍କୁ ଭେଟିଥିଲେ । ହେଲେ ଡାକ୍ତରଙ୍କ ତାଙ୍କ ଭିତରେ କୋରୋନା ଲକ୍ଷଣ ନଥିବା କହିଥିଲେ । ହେଲେ ସେ ଡାକ୍ତରଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ନିଜ ପରିବାର ଲୋକଙ୍କୁ କୋଭିଡ 19 ସ୍କ୍ରିନିଂ ପାଇଁ ଗାନ୍ଧୀ ହସ୍ପିଟାଲ ନେବାକୁ କହିଥିଲେ । ଶନିବାର ସକାଳେ ପରିବାର ଲୋକେ ତାଙ୍କୁ ସ୍କ୍ରିନିଂ ପାଇଁ ଡାକ୍ତରଖାନା ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ବ୍ୟକ୍ତି ଜଣକ ତାଙ୍କ ଆପାର୍ଟମେଣ୍ଟର ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ତେଲେଙ୍ଗାନାରେ ଏହା ହେଉଛି ଦ୍ୱିତୀୟ ଘଟଣା । ମାର୍ଚ୍ଚ ମାସରେ ସୂର୍ଯ୍ୟପେଟ ଜିଲ୍ଲାର ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ ଭୟରେ ନିଜକୁ ଜାଳି ଦେଇଥିଲେ । ସେହିପରି ପଡୋଶୀ ଆନ୍ଧ୍ରପ୍ରଦେଶରେ ଫେବୃଆରୀ ଓ ମାର୍ଚ୍ଚ ମାସରେ ଦୁଇଜଣ ବ୍ୟକ୍ତି ମଧ୍ୟ କୋରୋନା ଭୟରେ ଆତ୍ମହତ୍ୟା କରିଥିଲେ।

ଦେଶରେ କୋରୋନା ପ୍ରତିହତ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଉଭୟ ସରକାରୀ ଏବଂ ସ୍ବାସ୍ଥ୍ୟ ଅଧିକାରୀ ମାନେ ଲୋକଙ୍କମାନେ ସଚେତନ କରିବାକୁ ପ୍ରୟାସ କରୁଛନ୍ତି । ଏହି ଭାଇରସ ଅନ୍ୟ ଭାଇରାଲ ସଂକ୍ରମଣ ପରି ଏବଂ ଏଥିରେ ମୃତ୍ୟୁହାର ମଧ୍ୟ କମ ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.