ETV Bharat / bharat

ଦୀର୍ଘ 3 ମାସର ଛକାପଞ୍ଝା ପରେ ପିଞ୍ଜରାରେ ଚିତା

ହାଇଦ୍ରାବାଦ ସ୍ଥିତ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର କ୍ୟାମ୍ଫସ ମଧ୍ୟରେ ପ୍ରବେଶ କରିଥିବା ଚିତାବାଘକୁ ଧରିବାରେ ସଫଳ ହୋଇଛି ବନବିଭାଗ। ଏହାକୁ ନେହେରୁ ଜୁଲୋଜିକାଲ ପାର୍କକୁ ସ୍ଥାନାନ୍ତରିତ କରାଯାଇଛି ।

author img

By

Published : Jun 27, 2019, 8:17 AM IST

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ବନ ବିଭାଗର ଉଦ୍ୟମ ବଳରେ 3 ମାସ ପରେ ପିଞ୍ଜରାରେ ପଡିଛି ଚିତା । ତେବେ ଗତ ମାର୍ଚ୍ଚ 6 ତାରିଖରେ ଏକ ଚିତାବାଘ ହାଇଦ୍ରାବାଦ ସ୍ଥିତ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର କ୍ୟାମ୍ଫସ ମଧ୍ୟକୁ ପ୍ରବେଶ କରିଥିଲ । ଯାହାକୁ ନେଇ କ୍ୟାମ୍ଫସ ପରିସରରେ ଭୟର ବାତାବରଣ ଖେଳିଯିବା ସହ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିଲେ ।

ଏହି ଚିତାବାଘଟିର ବୟସ 8 ବର୍ଷ ଓ ଓଜୋନ 65 ରୁ 70 କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଉଛି । ଗତ ଜୁନ 25 ତାରିଖ ମଧ୍ୟ ରାତ୍ରିରେ ଏହାକୁ ଧରାଯାଇଥିବା ଖବର ମିଳିଛି। ଚିତାକୁ ଧରିବା ପାଇଁ ପାଖାପାଖି 40 ରୁ ଉର୍ଦ୍ଧ୍ବ କ୍ୟାମେରା ଲଗାଯାଇଥିଲା । ଏହାଛଡା ଚିତାର ଗତିପଥକୁ ଟ୍ରାପ କରିବା ପାଇଁ 4 ଟିମକୁ ମଧ୍ୟ ନିୟୋଜିତ କରାଯାଇଥିଲା । ତେବେ 3 ମାସର ଆପ୍ରାଣ ଉଦ୍ୟମ ଓ କଡା ନଜର ବଳରେ ଚିତାକୁ ଧରିବା ସମ୍ଭବ ହୋଇପାରିଛି ବୋଲି ବନବିଭାଗର ଜଣେ କର୍ମଚାରୀ ଗଣମାଧ୍ୟମକୁ ଜଣାଇଛନ୍ତି।

ଦୀର୍ଘଦିନର ଲୁଚକାଳି ଖେଳ ପରେ ପିଞ୍ଜରାବଦ୍ଧ ଚିତାକୁ ସଙ୍ଗେ ସଙ୍ଗେ ନେହେରୁ ଜୁଲୋଜିକାଲ ପାର୍କକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଚିତାବାଘକୁ ପଶୁ ଡାକ୍ତରକ୍ତ ଦ୍ୱାରା ଚିକିତ୍ସା କରାଯାଉଛି। ଆଗାମୀ ଦିନରେ ତାକୁ ଘଞ୍ଚ ଜଙ୍ଗଲରେ ଛଡା ଯିବାର ଯୋଜନା ରହିଛି।

Intro:Body:

 vccd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.