ହାଇଦ୍ରାବାଦ: ହାଇଦ୍ରାବାଦ ନିବାସୀ କୌଶିକ ରଚାପୁଡି ନାମକ ଜଣେ ଉଦ୍ଭାବକ ପାର୍କିଂ ସମାସ୍ୟା ନେଇ ଏକ ସ୍ବୟଂଚାଳିତ ବହୁସ୍ତରୀୟ କାର ଓ ବାଇକ ପାର୍କିଂ ସମାଧାନ ବିକଶିତ କରିଛନ୍ତି । ଏଥିରେ କମ୍ ସ୍ଥାନରେ ଅଧିକ ଯାନବାହନ ପାର୍କିଂ କରାଯାଇ ପାରିବ । ଯେପରିକି 2 ଟି କାର ପାର୍କିଂ ସ୍ଥାନରେ 16 ଟି କାର ଓ 2 ବାଇକ ସ୍ଥାନରେ 72 ବାଇକ ପାର୍କିଂ କରାଯାଇପାରିବ ।
କୌଶିକ ବିଗ ପାର୍କିଂର ସହ ସଂସ୍ଥାପକ ତଥା ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଏକ ସ୍ମାର୍ଟ ବାଇକ ଓ କାର ପାର୍କିଂ ବ୍ୟବସ୍ଥାର ଡିଜାଇନ କରିଛନ୍ତି । ଯାହା ଦେଶରେ ପ୍ରଥମ ଓ ସଂପୂର୍ଣ୍ଣ ସ୍ବଦେଶୀ ଅଟେ । ଯାହାଫଳରେ ବିଭିନ୍ନ ମେଟ୍ରୋ ଷ୍ଟେସନ ଓ ଅନ୍ୟାନ୍ୟ ସାର୍ବଜନୀନ ପାର୍କିଂ ସ୍ଥଳରେ ପାର୍କିଂ ଜନିତ ସମସ୍ୟା ରହିବ ନାହିଁ । ଏହା ବ୍ୟତୀତ ଏକ ବର୍ଷ ମଧ୍ୟରେ ହାଇଦ୍ରାବାଦରେ 40 ପ୍ରତିଶତ ପାର୍କିଂ ସମସ୍ୟାର ସମାଧାନ ହୋଇପାରିବ । ସହରର ପ୍ରତି 5 କି.ମି ମଧ୍ୟରେ 16 ଟି କାର ପାଇଁ ଏକ ସ୍ମାର୍ଟ କାର ପାର୍କିଂ ସିଷ୍ଟମ ଓ ପ୍ରତି 2 କି.ମି ମଧ୍ୟରେ 72 ଟି ବାଇକ ପାଇଁ ଏକ ସ୍ମାର୍ଟ ବାଇକ ପାର୍କିଂ ସିଷ୍ଟମ ପ୍ରତିଷ୍ଠା କରିବାକୁ ଆମେ ଲକ୍ଷ ରଖୁଛୁ ବୋଲି କୌଶିକ କହିଛନ୍ତି । ଏହା ସହ ସମସ୍ତ ସ୍ମାର୍ଟ ପାର୍କିଂ ସ୍ଥଳରେ ଉପଭୋକ୍ତାଙ୍କ ପାଇଁ ଏକ ହାଇବ୍ରିଡ ଇଲେକ୍ଟ୍ରିକ ଯାନବାହନ ଚାର୍ଜର ପଏଣ୍ଟ ମଧ୍ୟ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ