ETV Bharat / bharat

ଛଅ ବର୍ଷରେ ପଦାର୍ପଣ କଲା ତେଲେଙ୍ଗାନା

ଆଜକୁ ତେଲେଙ୍ଗାନାକୁ ପୁରିଛି 5 ବର୍ଷ । ଏନେଇ ନୂଆବୋହୂ ପରି ସଜେଇ ହୋଇଛି ପୁରା ସହର । ଏହି ଅବସରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ।

author img

By

Published : Jun 2, 2019, 11:58 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: 2014 ମସିହା ଆଜିର ଦିନରେ ଜନ୍ମ ହୋଇଥିଲା ତେଲେଙ୍ଗାନା । ଏହି ଅବସରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ । ତେବେ ଆଜକୁ ତେଲେଙ୍ଗାନାକୁ ପୁରିଛି 5 ବର୍ଷ । ଏନେଇ ନୂଆବୋହୂ ପରି ସଜେଇ ହୋଇଛି ପୁରା ସହର । ରଙ୍ଗ ବେରଙ୍ଗ ଆଲୋକରେ ଝଲସୁଛି ସମଗ୍ର ତେଲେଙ୍ଗାନା ।

happy birth day, telengana, formation,
ଫଟୋ ସୌଜନ୍ୟ: ଟ୍ବିଟର@presidentkovind
ଅନେକ ଆନ୍ଦୋଳନ ପରେ ସେ ସମୟର ଆନ୍ଧ୍ରପ୍ରେଦଶକୁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଅଧ୍ୟାଦେଶ ବଳରେ ବିଭାଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । 2014 ସାଧାରଣ ନିର୍ବାଚନ ପୂର୍ବରୁ ସେତେବେଳର ୟୁପିଏ ସରକାରଙ୍କ ଏହା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା । ସଂସଦର ଅନୁମୋଦନ କ୍ରମେ ସଂଯୁକ୍ତ ଆନ୍ଧ୍ରପ୍ରଦେଶରୁ ସ୍ବତନ୍ତ୍ର ଭାବରେ ଅଲଗା ହେଲା ତେଲେଙ୍ଗାନା ରାଜ୍ୟ ।
ଭିଡିଓ ସୌଜନ୍ୟ: ଏଏନଆଇ

ସମସ୍ତ ଜିଲ୍ଲାରେ ପତାକା ଉତ୍ତୋଳନ ସହ ଏହି ଦିନକୁ ପାଳନ କରାଯିବା ସହ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏକ ସାଧାରଣ ସଭାରେ ଯୋଗ ଦେବେ । ଏହାସହ ମୁଖ୍ୟ ଶାସନ ସଚିବ ଏସ.କେ ଜୋଶୀ ଓ ଡିଜିପି ମହେନ୍ଦ୍ର ରେଡ୍ଡୀ ପ୍ରମୁଖ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏନେଇ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ କରି ନିଜର ଖୁସି ଜାହିର କରିଛନ୍ତି । ଟ୍ବିଟରେ ତେଲେଙ୍ଗାନା ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି । ଭାରତର ସର୍ବ କନିଷ୍ଠ ରାଜ୍ୟ ଭାବରେ ତେଲେଙ୍ଗାନାକୁ 5 ବର୍ଷ ପୁରିଛି ।

Intro:Body:

fgdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.