ETV Bharat / bharat

ପତ୍ନୀ ବଦଳାଇ ଦେଲେ ଭାଗ୍ୟ: 28 କୋଟି ଟଙ୍କାର ମାଲିକ ହେଲେ ସ୍ବାମୀ

author img

By

Published : Aug 5, 2019, 2:52 PM IST

ହାଇଦ୍ରାବାଦର ରିଖାଲ ଭିଲା ନାମକ ଜଣେ ଚାଷୀ ଏବେ 28କୋଟି ଟଙ୍କାର ପୁରସ୍କାର ଜିତି କୋଟିପତି ହୋଇଛନ୍ତି ।

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ସ୍ତ୍ରୀ ବଦଳାଇ ଦେଲା ଭାଗ୍ୟ । ହାଇଦ୍ରାବାଦରୁ ବାହାରକୁ କାମ କରିବାକୁ ଯାଇ ହତାଶ ହୋଇ ଫେରିବା ପରେ ଜଣେ ଚାଷୀ କୋଟିପତି ହୋଇଛନ୍ତି । ଯାହା ଶୁଣିଲେ ଆପଣ ବି ଭାଗ୍ୟର ଖେଳକୁ ଖୋଦ ମାନିବେ । ହାଇଦ୍ରାବାଦର ରିଖାଲ ଭିଲା ନାମକ ଜଣେ ଚାଷୀ ଏବେ 4 ମିଲିୟନ ଡଲାରର ମାଲିକ ଅର୍ଥାତ 28କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି ।

ରିଖାଲ ଭିଲା କାମ କରିବାକୁ ଦୁବାଇ ଯାଇଥିଲେ । ମାତ୍ର ସେଠାରେ 45 ଦିନ ରହିବା ପରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଘରେ ପହଞ୍ଚିବା ପରେ ବିଗ ଟିକେଟ ଲଟେରୀ ର ବିଜେତା ହୋଇଥିବା ଜାଣିବାକୁ ପାଇଥିଲେ । ସେ ଯେଉଁ 20ହଜାର ଟଙ୍କାର ଲଟେରୀ ଟିକେଟ କିଣିଥିଲେ, ତାଙ୍କ ପତ୍ନୀଙ୍କ ଠାରୁ ଟଙ୍କା ଧାର ନେଇ ସେହି ଟଙ୍କାରେ ସେ ଲଟେରୀ ଟିକେଟ କିଣିଥିଲେ ।

ଜଣେ ସାଧାରଣ ଚାଷୀ ହୋଇଥିଲେ ବି ଭିଲା 2ବର୍ଷ ଧରି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଲଟେରୀ ଟିକେଟ କିଣି ଆସୁଥିଲେ । ଆଉ ଶେଷରେ ଏହି ଲଟେରୀ ଟିକେଟ ହିଁ ତାଙ୍କ ଭାଗ୍ୟ ବଦଳାଇ ତାଙ୍କୁ କୋଟିପତି କରିଛି । ଏହାର ସବୁ ଶ୍ରେୟ ସେ ନିଜ ପତ୍ନୀଙ୍କୁ ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.