ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର: ତିନି ଜଣିଆ ତଦନ୍ତ କମିଶନ ଗଠନ କଲେ ସୁପ୍ରିମକୋର୍ଟ - ହାଇଦ୍ରାବାଦ ଏନକାଉଣ୍ଟର

ହାଇଦ୍ରାବାଦ ଏନକାଉଣ୍ଟର ତଦନ୍ତ ପାଇଁ ତିନି ଜଣିଆ ଯାଞ୍ଚ କମିଶନ ଗଠନ କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାପତି ଜଷ୍ଟିସ ଶ୍ରୀପୁରକରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ ଆୟୋଗ ଗଠନ କରାଯାଇଛି ।

Hyderabad encounter
ଡିଜାଇନ ଫଟୋ
author img

By

Published : Dec 12, 2019, 8:11 PM IST

ହାଇଦ୍ରାବାଦ: ତେଲାଙ୍ଗାନା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ତ୍ରିସଦସ୍ୟ ବିଶିଷ୍ଟ ଯାଞ୍ଚ ଆୟୋଗ ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶ୍ରୀପୁରକରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ ଆୟୋଗ ଗଠନ କରାଯାଇଛି । ଏହି ଆୟୋଗରେ ଜଷ୍ଟିସ ଶ୍ରୀପୁରକରଙ୍କ ସମେତ ପୂର୍ବତନ ବମ୍ବେ ହାଇକୋର୍ଟ ଜଜ ରେଖା ବାଲଦୋତା ଓ ପୂର୍ବତନ ସିବିଆଇ ମୁଖ୍ୟ ବି କାର୍ତ୍ତିକେୟନ ସାମିଲ ରହିଛନ୍ତି ।

ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଏହି ତିନି ଜଣିଆ କମିଶନକୁ ତଦନ୍ତ ସାରିବା ପାଇଁ 6 ମାସ ସମୟ ଦିଆଯାଇଛି । ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏଁ ଏହି ମାମଲାରେ ଅନ୍ୟ କୌଣସି କୋର୍ଟ କିମ୍ବା ଅଧିକାରୀ ତଦନ୍ତ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଗତ ସପ୍ତାହରେ ତେଲେଙ୍ଗାନାର ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟର ପରେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠିଥିବା ବେଳେ ଜନସାଧାରଣଙ୍କ ପକ୍ଷରୁ କିନ୍ତୁ ଏହି ଏନକାଉଣ୍ଟରକୁ ବିପୂଳ ସ୍ବାଗତ କରାଯାଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.