ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର: ମୃତ 4 ଅଭିଯୁକ୍ତଙ୍କ ପୁଣି ହେବ ପୋଷ୍ଟମର୍ଟମ - Second Time post mortem of 4 accused

ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏନକାଉଣ୍ଟର 4 ଅଭିଯୁକ୍ତଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ। ଏନେଇ ଏମ୍ସ ପକ୍ଷରୁ 3 ଜଣିଆ ଫରେନ୍ସିକ୍‌ ଏକ୍ସପର୍ଟ ଟିମ୍‌ ଗଠନ କରାଯାଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Hyderabad encounter: Second Time post mortem of 4 accused
ହାଇଦ୍ରାବାଦ ଏନକାଉଣ୍ଟର: ମୃତ 4 ଅଭିଯୁକ୍ତଙ୍କ ପୁଣି ହେବ ପୋଷ୍ଟମର୍ଟମ
author img

By

Published : Dec 22, 2019, 8:41 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦରେ ହୋଇଥିବା ବହୁଚର୍ଚ୍ଚିତ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏନକାଉଣ୍ଟର 4 ଅଭିଯୁକ୍ତଙ୍କ ପୁଣି ଥରେ ହେବ ପୋଷ୍ଟମର୍ଟମ। ଏନେଇ ଏମ୍ସ ପକ୍ଷରୁ 3 ଜଣିଆ ଫରେନ୍ସିକ୍‌ ଏକ୍ସପର୍ଟ ଟିମ୍‌ ଗଠନ କରାଯାଇଛି।

ରବିବାର ସନ୍ଧ୍ୟାରେ ଏହି ଟିମ୍‌ ତେଲଙ୍ଗାନା ଅଭିମୁଖେ ବାହାରିବେ। ସୋମବାର ସକାଳ 9ଟାରେ ହାଇଦ୍ରାବାଦର ସରକାରୀ ଗାନ୍ଧୀ ହସ୍ପିଟାଲର ଶବଗୃହରେ ଦ୍ବିତୀୟ ଥର ପାଇଁ 4 ଅଭିଯୁକ୍ତଙ୍କ ପୋଷ୍ଟମର୍ଟମ କରିବେ। ତେଲେଙ୍ଗାନାର ମୁଖ୍ୟ ସଚିବଙ୍କୁ ଏମ୍ସ ପକ୍ଷରୁ ପଠା ଯାଇଥିବା ଏକ ଚିଠିରେ ଉଲ୍ଲେଖ ରହିଛି ଯେ, ଫରେନ୍ସିକ ବିଭାଗର ପ୍ରମୁଖ ଡାକ୍ତର ସୁଧୀର ଗୁପ୍ତାଙ୍କ ନେତୃତ୍ବରେ ଗଠିତ ଏହି ଟିମ୍‌ରେ ଡାକ୍ତର ଆଦର୍ଶ କୁମାର ଏବଂ ଡାକ୍ତର ଅଭିଷେକ ଯାଦବ ଅଛନ୍ତି। ଏଥିସହିତ ଉକ୍ତ ଟିମ୍‌କୁ ଡାକ୍ତର ବରୁଣ ଚନ୍ଦ୍ରା ମଧ୍ୟ ସହଯୋଗ କରିବେ।

ଗତ 6 ଡିସେମ୍ବରରେ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର କରିଥିଲା। ପୋଲିସର ଏହି ଏନକାଉଣ୍ଟରକୁ ଫେକ୍‌ ଦର୍ଶାଇ ତେଲେଙ୍ଗାନା ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା। ଅଭିଯୁକ୍ତଙ୍କ କରାଯାଇଥିବା ଏହି ଏନକାଣ୍ଟରର ରହସ୍ୟ ଉପରୁ ପରଦା ଉଠାଇବାକୁ ହାଇକୋର୍ଟଙ୍କ ଖଣ୍ଡପୀଠ 23 ଡିସେମ୍ବର ପୂର୍ବରୁ ଅଭିଯୁକ୍ତଙ୍କର ପୁଣି ଥରେ ପୋଷ୍ଟମର୍ଟମ କରି ଏହାର ସବିଶେଷ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.