ETV Bharat / bharat

ସାଧ୍ବୀ ପ୍ରାଚୀଙ୍କ ଟାର୍ଗେଟରେ ମେନକା ଗାନ୍ଧୀ

ବିଜେପି ନେତ୍ରୀ ତଥା ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟା ସାଧ୍ବୀ ପ୍ରାଚୀ ଏଥର ମେନକା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।

author img

By

Published : Dec 9, 2019, 12:35 PM IST

_statement
ଫାଇଲ ଫଟୋ

ନୂଆଦିଲ୍ଲୀ: ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ନେତ୍ରୀ ତଥା ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟା ସାଧ୍ବୀ ପ୍ରାଚୀ ଏଥର ମେନକା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଏଥର ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ହାଇଦ୍ରାବାଦ ଏନକାଉଣ୍ଟର ଟିପ୍ପଣୀକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ମେନକା ଗାନ୍ଧୀ କେବଳ ପଶୁମାନଙ୍କୁ ଭଲ ପାଆନ୍ତି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ତେଲେଙ୍ଗାନାର ପଶୁ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଏନକାଉଣ୍ଟର ହତ୍ୟା କରାଯାଇଥିଲା । ଏହାପରେ ବିଜେପି ସାଂସଦ ମେନକା ଗାନ୍ଧୀ ଏନେଇ ନିଜର ମତବ୍ୟକ୍ତ କରିଥିଲେ ।

ସେ କହିଥିଲେ, ଯାହାବି ହୋଇଛି ଦେଶ ପାଇଁ ଭୟାନକ ହୋଇଛି । ଆପଣମାନେ ଚାହୁଁଛନ୍ତି ବୋଲି ଏମିତି କାହାକୁ ମାରି ପାରିବେନି କି ଆଇନକୁ ଏପରି ହାତକୁ ନେଇ ପାରିବେ ନାହିଁ । ଯଦି ଏହା ନୁହେଁ ତାହେଲେ ଯାଆନ୍ତୁ ବନ୍ଧୁକ ଉଠାଇ ଯାହାକୁ ଇଚ୍ଛା ତାକୁ ମାରନ୍ତୁ । ତେବେ ଏମିତି ପରିସ୍ଥିତିରେ ଅଦାଲତର ଫାଇଦା କ'ଣ ?

ଏହାକୁ ନେଇ ଗତ ରବିବାର ସାଧ୍ବୀ ପ୍ରାଚୀ ମେନକା ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ, ମେନକା ଗାନ୍ଧୀ କେବଳ ପଶୁ ମାନଙ୍କୁ ଭଲ ପାଆନ୍ତି । ସେଥିପାଇଁ ପଶୁମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏଥିସହ ସେ ଉନ୍ନାଓ ଘଟଣାକୁ ନେଇ ମଧ୍ୟ ମେନକା ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ, ଯଦି ଉତ୍ତରପ୍ରଦେଶ ଶାସନ ଭାର ତାଙ୍କ ହାତରେ ଦିଆଯାଏ ତେବେ ରାଜ୍ୟରେ ଦୁଷ୍କର୍ମକାରୀଙ୍କୁ ଖୋଜିଲେ ମଧ୍ୟ ସେମାନେ ମିଳିବେନି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.