ହାଇଦ୍ରାବାଦ: ଶେଷ ହେଲା ଗଣେଶ ପୂଜା । ଧରାପୃଷ୍ଠରୁ ବିଦାୟ ନେଲେ ଅଗ୍ରପୂଜ୍ୟ ଗଣପତି । ହାଇଦ୍ରାବାଦ ବାଲାପୁରରେ ପ୍ରତିବର୍ଷ ବଡ ଧୂମଧାମରେ ପାଳିତ ହୁଏ ଗଣେଶ ପୂଜା । ଦୀର୍ଘ 26 ବର୍ଷ ଧରି ପୂଜା ଶେଷରେ ନିଲାମ ହୁଏ ଗଣେଶଙ୍କ ଲଡୁ । ଚଳିତ ବର୍ଷ ମଧ୍ୟ ଏହି ଲଡୁ ନିଲାମ ହୋଇଛି ।
17.60 ଲକ୍ଷରେ କୋଲାନ ରାମି ରେଡ୍ଡି ନିଲାମ ହୋଇଥିବା ଏହି ଲଡୁ ପାଇଛନ୍ତି । ଗତ ବର୍ଷ ଶ୍ରୀନିବାସ ଗୁପ୍ତା ଏହି ଲଡୁକୁ 16.60 ଲକ୍ଷରେ ନେଇଥିଲେ । ଚଳିତ ବର୍ଷ ଲଡୁ ନିଲାମୀରେ ମାତ୍ର ଏକ ଲକ୍ଷ ଟଙ୍କାର ବୃଦ୍ଧି ହୋଇଛି।
ଆଜି ସକାଳ 10.23 ମିନିଟରେ ବାଲାପୁର ଗଣେଶ ପୂଜା ସମିତି ଦ୍ବାରା ନିଲାମୀ ଡକା ଆରମ୍ଭ ହୋଇଥିଲା। ଏହି ନିଲାମୀ ତାଲିକାରେ ଥିଲେ 19 ଜଣ ପ୍ରଭାବଶାଳୀ ପ୍ରତିଯୋଗୀ। 1116 ଟଙ୍କାରୁ ଆରମ୍ଭ ହୋଇ 17,60 ଲକ୍ଷରେ ଶେଷ ହୋଇଥିଲା ନିଲାମୀ।